ମୋଦୀ ବୁଝିଲେ ପ୍ରଦୀପ୍ତ ଓ ରଘୁଙ୍କ ସ୍ୱାସ୍ଥ୍ୟାବସ୍ଥା । ଫୋନ ଯୋଗେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା କଥା ବୁଝିଛନ୍ତି ପ୍ରଧାନମନ୍ତ୍ରୀ ।

289

କନକ ବ୍ୟୁରୋ: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଦୀପ୍ତଙ୍କ ପତ୍ନୀ କମଳା ନାୟକଙ୍କ ସହ ଫୋନରେ କଥା ହୋଇ ପ୍ରଧାନମନ୍ତ୍ରୀ ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଛନ୍ତି । ସେହିପରି ସାଂସଦ ରଘୁନାଥ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ମଧ୍ୟ ବୁଝିଛନ୍ତି ମୋଦୀ । ରଘୁନାଥଙ୍କ ବଡପୁଅଙ୍କ ସହ ମୋଦୀ କଥା ହୋଇଛନ୍ତି ।

କୋଭିଡ ଆକ୍ରାନ୍ତ ହୋଇ ଭରବଙ୍କନଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି ପ୍ରଦୀପ୍ତ ଓ ରଘୁନାଥ ମହାପାତ୍ର । ଦୁଇ ପରିବାରର ସଦସ୍ୟ ମଧ୍ୟ ଭରବଙ୍କନଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି । ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ । ଗତ କାଲି ଏ ସଂକ୍ରାନ୍ତରେ ସମୀକ୍ଷା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଓ ଭୁବନେଶ୍ୱର ଏମ୍ସ ଡକ୍ତରୀ ଟିମ ସହ  ମଧ୍ୟ ମୋଦୀ କଥା ହୋଇଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଥିଲେ ।