Browsing Category

ଦେଶ ବିଦେଶ

ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ବାର୍ତ୍ତା, ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନାର କଲେ ପ୍ରଶଂସା

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆଜି ଦେଶବାସୀଙ୍କ ଉର୍ଦ୍ଦେଶ୍ୟରେ ନିଜର ବାର୍ତ୍ତା ରଖିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୁପଦୀ ମୁର୍ମୁ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି କି ଭାରତକୁ ଲୋକତନ୍ତ୍ରର ଜନନୀ ବୋଲି କୁହାଯାଇଥାଏ । ଏହାସହ ସମ୍ବିଧାନ ପ୍ରଣେତା ବାବା ସାହେବ…
Read More...

୪ବର୍ଷ ପରେ ବଡ ପରଦାକୁ ଫେରିଲେ ଶାହାରୁଖ ଖାନ୍, ବିବାଦ ଓ ବିରୋଧ ଭିତରେ ରିଲିଜ ହେଲା ଫିଲ୍ମ ‘ପଠାନ’

କନକ ବ୍ୟୁରୋ : ବୁଧବାର ସକାଳୁ ଦେଶର ବିଭିନ୍ନ ଥିଏଟର ଏଭଳି କିଛି ଦୃଶ୍ୟ କିଛି ଦେଖିବାକୁ ମିଳିଥିଲା । ଶୀତକୁ ଖାତିର ନକରି ହଲ ସାମ୍ନାରେ ଲାଗିଥିଲା ଦର୍ଶକଙ୍କ ଅସମ୍ଭବ ଭିଡ । ୪ବର୍ଷ ପରେ ଦର୍ଶକଙ୍କ ନିକଟକୁ ଫେରିଛନ୍ତି କିଙ୍ଗ ଖାନ୍ ଶାହାରୁଖ । ତେଣୁ ପ୍ରିୟ ଅଭିନେତାଙ୍କ ବହୁ ପ୍ରତିକ୍ଷିତ…
Read More...

ପୁଣି ଅଶାନ୍ତ ହେଲା ଜେଏନୟୁ କ୍ୟାମ୍ପସ, ବିଶ୍ୱବିଦ୍ୟାଳୟ ପରିସରରେ ପଥରମାଡ଼

କନକ ବ୍ୟୁରୋ : ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଂଟାରୀକୁ ନେଇ ବିବାଦ ଥମିବାର ନା ନେଉନି । ଗୁଜରାଟ ଦଙ୍ଗା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପର୍ଯ୍ୟବେସିତ ଏହି ଡକ୍ୟୁମେଂଟାରୀକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଛି ଏବେ ତା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପହଁଚିଛି । ପ୍ରଥମେ ହାଇଦ୍ରବାଦ…
Read More...

‘ଛାତ ଉପରୁ ସିଟି ମାରିବା ଅସଦାଚରଣ ନୁହେଁ’, ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ଅଭିଯୁକ୍ତଙ୍କୁ ଦେଲେ ଜାମିନ।

କନକ ବ୍ୟୁରୋ: ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ମହିଳାଙ୍କୁ ଅସଦାଚରଣ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏକ ମାମଲାରେ ତିନି ଅଭିଯୁକ୍ତଙ୍କୁ ଜାମିନପ୍ରଦାନ କରିଛନ୍ତି କୋର୍ଟ । ତେବେ ଚର୍ଚ୍ଚା ଏଥିପାଇଁ ହେଉଛି କାରଣ ଏହି ତିନି ଅଭିଯୁକ୍ତ ନିଜ ଛାତ ଉପରୁ ସିଟି ବଜାଇ…
Read More...

ପୁଣି ଚମକିଲେ ସୂର୍ଯ୍ୟକୁମାର ଯାଦବ: ବନିଲେ ଆଇସିସି ଶ୍ରେଷ୍ଠ ଟି-୨୦ ପ୍ଲେୟାର

କନକ ବ୍ୟୁରୋ: ଆଇସିସି ଆୱାର୍ଡରେ ପୁଣି ଚମକିଛନ୍ତି ଭାରତୀୟ ଖେଳାଳି । ଆଇସିସି ଦ୍ୱାରା ଆଜି ଟି-୨୦ କ୍ରିକେଟର ଅଫ ଦ ଇୟର ଘୋଷଣା ହୋଇଛି, ଏହି ଆୱାର୍ଡ ଭାରତୀୟ ଖେଳାଳି ସୂର୍ଯ୍ୟ କୁମାର ଯାଦବଙ୍କୁ ଦିଆଯାଇଛି । ଗତ ବର୍ଷ ଟି-୨୦ କ୍ରିକେଟରେ ଧମାଲ ମଚାଇବା ପରେ ସୂର୍ଯ୍ୟଙ୍କୁ ଏହି ସମ୍ମାନ…
Read More...

ପାକିସ୍ତାନକୁ ଆଇଏମଏଫ ଋଣ ଦେବାକୁ ମନାକରିବାରୁ ଶାହବାଜଙ୍କ ବଡ ନିଷ୍ପତ୍ତି, ସରକାରୀ କର୍ମଚାରୀଙ୍କ ଦରମା ୧୦ ପ୍ରତିଶତ…

କନକ ବ୍ୟୁରୋ : ଆର୍ଥିକ ଭାବେ ଦେବାଳିଆ ହେବାକୁ ଯାଉଥିବା ପାକିସ୍ତାନକୁ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ବା ଆଇଏମଏଫ ଋଣ ଦେବାକୁ ମନା କରିଛି । ପ୍ରଥମେ ଆଇଏମଏଫ ପାକିସ୍ତାନ ସରକାରଙ୍କ ବଜେଟ ତଥ୍ୟ ମାଗିଥିଲା । ହେଲେ ଶାହବାଜ ସରକାର ଏହା ପ୍ରଦାନ କରିବାରେ ବିଫଳ ହୋଇଥିଲେ । ସେପଟେ ପାକିସ୍ତାନର…
Read More...

ବାଗେଶ୍ୱର ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କ୍ଲିନଚିଟ୍, ନାଗପୁର ପୋଲିସ କହିଲା ମିଳିଲା ନାହିଁ ଅନ୍ଧବିଶ୍ୱାସ ପ୍ରସାର…

କନକ ବ୍ୟୁରୋ : ବାଗେଶ୍ୱର ଧାମର ପୀଠଧିଶ୍ୱର ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଅନ୍ଧବିଶ୍ୱାସ ପ୍ରସାର କରୁଥିବା ମାମଲାରେ ନାଗପୁର ପୋଲିସ କ୍ଲିନଚିଟ୍ ଦେଇଛି । ନାଗପୁର ପୋଲିସ ତରଫରୁ କୁହାଯାଇଛି କି, ମହାରାଷ୍ଟ୍ର ଅନ୍ଧଶ୍ରଦ୍ଧା ନିର୍ମୁଲନ ସମିତିର ଅଭିଯୋଗ ଉପରେ ଯାଂଚ ପରେ ନାଗପୁର…
Read More...

ମହିଳା ପ୍ରିମିୟର ଲିଗର ହେଲା ଟିମ୍ ଘୋଷଣା, ଜାଣନ୍ତୁ କେଉଁ ଟିମକୁ କିଏ କିଣିଲା

କନକ ବ୍ୟୁରୋ : ପୁରୁଷ ଆଇପିଏଲ କ୍ରିକେଟ ମ୍ୟାଚର ଲୋକପ୍ରିୟତାକୁ ନଜରରେ ରଖି ବିସିସିଆଇ ତରଫରୁ ଆୟୋଜିତ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ । ଏନେଇ ବିସିସିଆଇ ତରଫରୁ ଟିମ୍ ନିଲାମ କରାଯାଇଛି । ଏନେଇ ମୋଟ ୪୬୬୯.୯୯ କୋଟି ଟଙ୍କାର ନିଲାମ ଡକାଯାଇଥିବା କଥା କୁହାଯାଇଛି । ବିସିସିଆଇ ତରଫରୁ…
Read More...

ପ୍ରମାଣ ଅଭାବରୁ ଗୁଜରାଟ ଦଙ୍ଗାର ୨୨ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ୨ ଶିଶୁ ସମେତ ୨୨ଜଣଙ୍କୁ ହତ୍ୟା କରି…

କନକ ବ୍ୟୁରୋ : ଗୁଜରାଟ ଦଙ୍ଗାକୁ ନେଇ ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରୀ ଏବେ ଭାରତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ବେଳେ ଏହି ଦଙ୍ଗାକୁ ନେଇ ପୁଣି ଆସିଛି ଏକ ବଡ ଖବର । ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ଗୁଜରାଟର ଏକ ଅଦାଲତ ୨୨ଜଣଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି ।…
Read More...

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ କର୍ମଚାରୀଙ୍କୁ ଚାନ୍ଦା ମାଗିଲେ ଜିଲ୍ଲାପାଳ, ବିରୋଧୀ କହିଲେ ଏହା ଲଜ୍ଜାର ଶେଷସୀମା

କନକ ବ୍ୟୁରୋ : ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଲୁଟ୍ ହେଉଛି । ଜଣେ ଜଣେ ସାଧାରଣ କର୍ମଚାରୀଙ୍କ ଘରେ ଚଢାଉ ହେଲେ ବିଡା ବିଡା ନୋଟ ଜବତ ହେଉଛି । ସରକାରଙ୍କ ଭୁଲ ପାଇଁ ବେଳେ ବେଳେ ହଜାର ହଜାର କୋଟି ଟଙ୍କା ପାଣିରେ ପଡୁଛି । କର୍ପୋରେଟ ହାଉସଗୁଡିକୁ ସରକାର ଲକ୍ଷଲକ୍ଷ କୋଟି ଟଙ୍କାର ଋଣ…
Read More...