ମହିଳା ପ୍ରିମିୟର ଲିଗର ହେଲା ଟିମ୍ ଘୋଷଣା, ଜାଣନ୍ତୁ କେଉଁ ଟିମକୁ କିଏ କିଣିଲା

685

କନକ ବ୍ୟୁରୋ : ପୁରୁଷ ଆଇପିଏଲ କ୍ରିକେଟ ମ୍ୟାଚର ଲୋକପ୍ରିୟତାକୁ ନଜରରେ ରଖି ବିସିସିଆଇ ତରଫରୁ ଆୟୋଜିତ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ । ଏନେଇ ବିସିସିଆଇ ତରଫରୁ ଟିମ୍ ନିଲାମ କରାଯାଇଛି । ଏନେଇ ମୋଟ ୪୬୬୯.୯୯ କୋଟି ଟଙ୍କାର ନିଲାମ ଡକାଯାଇଥିବା କଥା କୁହାଯାଇଛି । ବିସିସିଆଇ ତରଫରୁ ଟ୍ୱିଟରରେ ଏହି ସୂଚନା ଦିଆଯାଇଛି । ଏହି ନିଲାମୀରେ ଆରସିବି ଓ ଅଦାନୀ ଭଳି ବଡ ବଡ କମ୍ପାନୀମାନେ ନିଲାମ ଡାକି ଟିମ୍ କିଣିଛନ୍ତି । ମହିଳା ଆଇପିଏଲ ଟିମ୍ ନିଲାମୀରେ ବିସିସିଆଇ ମୋଟ ୪୬୬୯.୯୯ କୋଟି ଟଙ୍କା ରୋଜଗାର କରିଛି । ସୂଚନା ଥାଉକି ମହିଳା ପ୍ରିମିୟର ଲିଗର ୫ଟି ଟିମ୍ ମୁମ୍ବାଇରେ ମ୍ୟାଚ ଖେଳିବେ । ମହିଳା ପ୍ରିମିୟର ଲିଗର ପ୍ରଥମ ସିଜିନରେ ୫ଟି ରହିଛି । ସେମାନେ ହେଲେ ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୋର, ଲକ୍ଷ୍ନୌ ଓ ଦିଲ୍ଲୀ ।

ସେପଟେ ଅନୁଷ୍ଠିତ ମ୍ୟାଚର ପ୍ରସାରଣ ପାଇଁ ବୈଦ୍ୟୁତିକ ଗଣମାଧ୍ୟମ ମଧ୍ୟରେ ମଧ୍ୟ ନିଲାମୀ ଡକାଯାଇଥିଲା । ଏଥିରେ ଡିଜନୀ ଷ୍ଟାର ଓ ସୋନୀକୁ ପଛରେ ପକାଇ ବାୟକମ୍ ବାଜି ମାରିନେଇଛି । ବାୟକମ୍ ଏହି ମ୍ୟାଚର ୫ ବର୍ଷ ପ୍ରସାରଣ ପାଇଁ ୯୫୧ କୋଟି ଟଙ୍କା ପ୍ରଦାନ କରିଛି ।

ଏବେ ଜାଣନ୍ତୁ କେଉଁ ଟିମକୁ କେଉଁ କମ୍ପାନୀ କେତେ ଟଙ୍କାରେ କିଣିଲା । ଅହମ୍ମଦାବାଦ ଟିମକୁ ଆଦାନୀ ସ୍ପୋର୍ଟଲାଇନ ପ୍ରାଇଭେଟ ଲିମିଟେଡ ୧୨୮୯ କୋଟି ଟଙ୍କାରେ କିଣିଛି । ମୁମ୍ବାଇ ଟିମକୁ ଇଣ୍ଡିଆବିନ୍ ସ୍ପୋର୍ଟ୍ସ ପ୍ରାଇଭେଟ ଲିମିଟେଡ ୯୧୨.୯୯ କୋଟି ଟଙ୍କାରେ କିଣିଛି । ବେଙ୍ଗାଲୋର ଟିମକୁ ରୟାର୍ଲସ ଚ୍ୟାଲେଞ୍ଜର୍ସ ସ୍ପେର୍ଟ୍ସ ୯୦୧ କୋଟି ଟଙ୍କାରେ କିଣିଛି । ଦିଲ୍ଲୀ ଟିମକୁ ଜେଏସଡବ୍ଲ୍ୟୁ ଜିଏମଆର କ୍ରିକେଟ ୮୧୦ କୋଟି ଟଙ୍କାରେ କିଣିଛି । ଲକ୍ଷ୍ନୌ ଟିମକୁ କେପ୍ରି ଗ୍ଲୋବାଲ ହୋଲଡିଂସ୍ ୭୫୭ କୋଟି ଟଙ୍କାରେ କିଣିଛି ।

ଅନ୍ୟପଟେ ମହିଳା ପ୍ରିମିୟର ଲିଗର ପ୍ରଥମ ସିଜିନରେ ପ୍ରତି ଟିମରେ ମୋଟ ୧୮ଜଣ ଲେଖାଏଁ ଖେଳାଳୀ ଭାଗନେବେ । ଏଥିରେ ପ୍ରତିଟିମରେ ୫ଜଣ ଲେଖାଏଁ ବିଦେଶୀ ଖେଳାଳୀ ରହିବେ । ୪ଜଣ ବିଦେଶୀ ଖେଳାଳୀ ଟେଷ୍ଟ ପ୍ଲେଇଙ୍ଗ ନେସନରୁ ଓ ଜଣେ ଖେଳାଳୀ ଆସୋସିଏଟ ଦେଶରୁ ରହିବେ । ଏହି ୫ଟି ଟିମ୍ ମୋଟ ୨୨ ଟି ମ୍ୟାଚ୍ ଖେଳିବେ ।