ପୁଣି ଚମକିଲେ ସୂର୍ଯ୍ୟକୁମାର ଯାଦବ: ବନିଲେ ଆଇସିସି ଶ୍ରେଷ୍ଠ ଟି-୨୦ ପ୍ଲେୟାର

201

କନକ ବ୍ୟୁରୋ: ଆଇସିସି ଆୱାର୍ଡରେ ପୁଣି ଚମକିଛନ୍ତି ଭାରତୀୟ ଖେଳାଳି । ଆଇସିସି ଦ୍ୱାରା ଆଜି ଟି-୨୦ କ୍ରିକେଟର ଅଫ ଦ ଇୟର ଘୋଷଣା ହୋଇଛି, ଏହି ଆୱାର୍ଡ ଭାରତୀୟ ଖେଳାଳି ସୂର୍ଯ୍ୟ କୁମାର ଯାଦବଙ୍କୁ ଦିଆଯାଇଛି । ଗତ ବର୍ଷ ଟି-୨୦ କ୍ରିକେଟରେ ଧମାଲ ମଚାଇବା ପରେ ସୂର୍ଯ୍ୟଙ୍କୁ ଏହି ସମ୍ମାନ ଦିଆଯାଇଛି ।

ସୂର୍ଯ୍ୟ ଏହି ରେସରେ ଇଂଲଣ୍ଡର ସାମ କୁରାନ, ଜିମ୍ବାୱେର ସିକନ୍ଦର ରାଜା ଓ ପାକିସ୍ତାନର ମହମ୍ମଦ ରିଜୱାନଙ୍କୁ ପଛରେ ପକାଇଛନ୍ତି । ସୂର୍ଯ୍ୟକୁମାର ଯାଦବ ଏବେ ଟି-୨୦ କ୍ରିକେଟରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ରହିଛନ୍ତି । ଏହାସହ ସେ ଏବେ ଟି-୨୦ କ୍ରିକେଟର ଅଫ ଦ ଇୟର ବନିଛନ୍ତି ।

ବର୍ଷ ୨୦୨୨ରେ ସୂର୍ଯ୍ୟ କୁମାର ଯାଦବ ୩୧ ମ୍ୟାଚରୁ ୧୧୬୪ ରନ କରିଥିଲେ । ଏହି ସମୟରେ ତାଙ୍କ ଷ୍ଟ୍ରାଇକ ରେଟ ୧୮୭.୪୩ ରହିଥିଲା । ଯାହା ସମସ୍ତ ଖେଳାଳିଙ୍କଠାରୁ ଅଧିକ ରହିଥିଲା । ୨୦୨୨ରେ ସେ ୬୮ ଛକା ମାରିଥିଲେ ଯାହା କେହି ବି ଆଗରୁ ମାରିନଥିଲେ । ଅନେକ ମ୍ୟାଚରେ ସେ ଭାରତକୁ ଏକାକୀ ବିଜୟୀ କରାଇଥିଲେ ।