ରାଜଧାନୀରୁ ଜବତ ହେଲା ୩ ଲକ୍ଷ ୬୦ ହଜାର ଟଙ୍କା । ଚେକିଂ ବେଳେ ଓମଫେଡ ଛକରୁ ଜବତ, ଚିହ୍ନଟ ହୋଇଛନ୍ତି କାର ମାଲିକ

339

କନକ ବ୍ୟୁରୋ : ରାଜଧାନୀରୁ ଜବତ ହେଲା ୩ ଲକ୍ଷ ଟଂକା । ରାତିରେ ଚନ୍ଦ୍ରଶେଖର ପୋଲିସ ନାଇଟ୍ ବ୍ଲକିଂ କରିବା ବେଳେ ପୋଲିସ ଓମଫେଡ ଛକରୁ ଏହି ଟଂକା ଜବତ କରିଛି । ଟାଟା ହ୍ୟାରିଅର କାରରୁ ଏହି ଟଂକା ଜବତ ହୋଇଛି । କାର ମାଲିକ ଚନ୍ଦକାର ଅମ୍ଳାନ ଜ୍ୟୋତି ପ୍ରକାଶ ସିଂହ ବୋଲି ଜଣାପଡିଛି । ଜବତ ଟଂକା ମଧ୍ୟରେ ୪୧୭ଟି ୧୦୦ ଟଙ୍କିଆ, ୬୩୫ ଖଣ୍ଡ ୫୦୦ ଟଂକିଆ, ୨୦୦ ଟଙ୍କିଆ ୪ଟି ରହିଛି ।

ଆଗକୁ ନିର୍ବାଚନ ଥିବାରୁ ରାଜ୍ୟରେ ସାଜଗ ହୋଇଛି ପୋଲିସ । ବିିଭିନ୍ନ ସ୍କ୍ୱାଡ୍ ଗଠନ କରି ଦିନ ରାତି ୨୪ ଘଣ୍ଟା ଚେକିଂ ବ୍ଲକିଂ କରୁଛି । ନିର୍ବାଚନରେ କଳାଧନ ରୋକିବାକୁ ପୋଲିସ ତା’ର ପ୍ରୟାସ ଜାରି ରଖିଛି ।