ଟିକେଟ ମିଳିବ ପରେ ନବୀନ ନିବାସରେ ପହଁଚିଲେ ପ୍ରାର୍ଥୀ । ବିଜେଡି ସୁପ୍ରିମୋଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଗୌତମବୁଦ୍ଧ ଦାସ ଓ ରାଜେନ୍ଦ୍ର ସାହୁ

1,425

କନକ ବ୍ୟୁରୋ : ଟିକେଟ ମିଳିବ ପରେ ନବୀନ ନିବାସରେ ପହଁଚି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରାର୍ଥୀ । ଗତକାଲି ୩ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ଭୋଗରାଇ ବିଧାୟକ ପ୍ରାର୍ଥୀ ଭାବେ ଗୌତମବୁଦ୍ଧ ଦାସଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ଖୋଦ୍ଧା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ରାଜେନ୍ଦ୍ର ସାହୁ । ଟିକେଟ ମିଳିବା ପରେ ଉଭୟ ନବୀନ ନିବାସରେ ପହଁଚି ବିଜେପି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅନ୍ୟପଟେ ବିଜେଡିର ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ସୁଦାମ ମାରଣ୍ଡି ଏବଂ ରାଜ୍ୟସଭା ସାସଂଦ ମୁନା ଖାଁ ମଧ୍ୟ ନବୀନ ନିବାସରେ ପହଁଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।