ପୁଣି ଅଶାନ୍ତ ହେଲା ଜେଏନୟୁ କ୍ୟାମ୍ପସ, ବିଶ୍ୱବିଦ୍ୟାଳୟ ପରିସରରେ ପଥରମାଡ଼

61

କନକ ବ୍ୟୁରୋ : ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଂଟାରୀକୁ ନେଇ ବିବାଦ ଥମିବାର ନା ନେଉନି । ଗୁଜରାଟ ଦଙ୍ଗା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପର୍ଯ୍ୟବେସିତ ଏହି ଡକ୍ୟୁମେଂଟାରୀକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଛି ଏବେ ତା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପହଁଚିଛି । ପ୍ରଥମେ ହାଇଦ୍ରବାଦ ବିଶ୍ୱବିଦ୍ୟାଳୟ ଆଉ ଏବେ ଜେଏନୟୁ କ୍ୟାମ୍ପସ ଛୁଇଁଛି ବିବାଦ ନିଆଁ । ମଙ୍ଗଳବାର ରାତିରେ ଡକ୍ୟୁମେଂଟାରୀ ସ୍କ୍ରିନିଂ ଘଟଣାକୁ ନେଇ ସଂଘର୍ଷ ହୋଇଛି । ବିଶ୍ୱବିଦ୍ୟାଳୟରେ ଛାତ୍ର ସଂଘ ଡକ୍ୟୁମେଂଟ୍ରି ପ୍ରଦର୍ଶନ କରିବାକୁ ଅଡ଼ି ବସିଥିଲେ । ହେଲେ ଏଥିପାଇଁ କର୍ତୃପକ୍ଷ ଅନୁମତି ଦେଇନଥିଲେ । ତେବେ କାର୍ଯ୍ୟକ୍ରମ ବାତିଲ କରିବାକୁ ଜେଏନୟୁ ଛାତ୍ରସଂଘ ରାଜି ନହେବାରୁ ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ସୂଚନା ଅନୁସାରେ ଛାତ୍ରସଂଘ ଓ ଏଭିବିପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହେବା ପରେ ଉତେଜନା ଦେଖାଦେଇଛି ।

ବିଜେପି ବିରୋଧୀ ଛାତ୍ର ଗୋଷ୍ଠୀ ଓ ଏଭିବିପି ମଧ୍ୟରେ ହଙ୍ଗାମା ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ସ୍କ୍ରିନିଂ କରାଯିବାକୁ ଯୋଜନା କରାଯାଉଛି । ପୂର୍ବରୁ ଏନଏସୟୁଆଇ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ସ୍କ୍ରିନ କରୁଥିବା ବେଳେ ଉତେଜନା ଦେଖା ଦେଇିଛି । ସେପଟେ କେରଳରେ ମଧ୍ୟ ସ୍କ୍ରିନିଂ ପାଇଁ ଅପିଲ କରିଛି ଶାସକ ଦଳର ଛାତ୍ର ସଂଗଠନ ।

ଡକ୍ୟୁମେଂଟାରୀକୁ ନେଇ ବିବାଦ ବୃଦ୍ଧି ପାଉଥିବାବେଳେ ସୋସିଆଲ ମିଡିଆରୁ ଲିଙ୍କ୍ ହଟାଇବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ସେପଟେ ବିରୋଧୀ ମଧ୍ୟ ଏନେଇ ପ୍ରଶ୍ନ ଉଠାଇଛନ୍ତି । ଗୁଜରାଟ ଦଙ୍ଗାରେ ମୋଦିଙ୍କ ଭୂମିକାକୁ ଚିତ୍ରଣ କରାଯାଇଛି ତେଣୁ ଏହାକୁ ହଟାଯାଉଥିବା ଏଏମଆଇଏମଆଇ ମୁଖ୍ୟ ଅସଦୁଦ୍ଧିନ ଓୱେସୀ କହିଛନ୍ତି ।

ମଙ୍ଗଳବାର ରାତିର ଘଟଣା ପରେ କ୍ୟାମ୍ପସରେ ଉତେଜନା ଜାରି ରହିଛି । କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ଜେଏନୟୁ । ବିବିସିର ଡକ୍ୟୁମେଂଟ୍ରି ଗୁଜରାଟ ଦଙ୍ଗା ବେଳେ ମୋଦୀଙ୍କ ଭୂମିକାକୁ ନେଇ ତିଆରି ହୋଇଛି । ଏହି ମାମଲାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ୍ଲିନଚିଟ୍ ଦେଇ ସାରିଛନ୍ତି ସବୋର୍ଚ୍ଚ ନ୍ୟାୟଳୟ ।