ବିଜେଡି ଘୋଷଣା କଲା ଆଉ ୩ ବିଧାନସଭା ପ୍ରାର୍ଥୀ । ଭୋଗରାଇରୁ କଟିଲା ଅନନ୍ତ ଦାସଙ୍କ ଟିକେଟ୍, ଗୌତମବୁଦ୍ଧ ଦାସଙ୍କୁ ପ୍ରାର୍ଥୀ କଲା ଦଳ

4,966

କନକ ବ୍ୟୁରୋ : ବାକି ରହିଥିବା ୬ଟି ବିଧାନସଭା ଆସନ ମଧ୍ୟରୁ ୩ ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ସୁପ୍ରିମୋ ନବୀନ ପଟ୍ଟନାୟକ ତିନୋଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ଭୋଗରାଇ ବିଧାନସଭାରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରଦୀପ କୁମାର ସାହୁଙ୍କୁ ପ୍ରାର୍ଥୀ କରିଛି ଦଳ । ଭୋଗରାଇରେ ବିଜେପି ପ୍ରାର୍ଥୀ ଘୋଷଣା କରି ନଥିବାବେଳେ କଂଗ୍ରେସ ସତ୍ୟଶିବ ଦାସଙ୍କୁ ପ୍ରାର୍ଥୀ କରିଛି । ଖୋର୍ଦ୍ଧାରେ ବିଜେପି ପ୍ରଶାନ୍ତ ଜଗଦେବ ଓ କଂଗ୍ରେସ ସୋନାଲି ସାହୁଙ୍କୁ ମଇଦାନଙ୍କୁ ଓହ୍ଲାଇଛି । ସେହିପରି ବେଗୁନିଆରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ ଆଉ କଂଗ୍ରେସରୁ ନିର୍ବାଚନ ଲଢୁଛନ୍ତି ପୃଥ୍ୱୀବଲ୍ଲଭ ପଟ୍ଟନାୟକ । ତେବେ ଆହୁରି ୩ ଆସନରେ ପ୍ରାର୍ଥୀ ଘୋଷଣା ହୋଇ ନାହିଁ । ଖଣ୍ଡପଡା, କୋରେଇ ଓ ନୀଳଗିରି ଆସନକୁ ନେଇ ଏବେ ବି ଘୋଷଣା ବାକି ରହିଛି ।