ବିଶ୍ୱକପ ବିଜୟୀ ଭାରତୀୟ ଦଳର ଥିଲେ ଗୁରୁ, ଏବେ ପାକିସ୍ତାନର କୋଚ୍ ଭାବେ ପାଇଲେ ନିଯୁକ୍ତି । ଜେସନ ଗିଲେସ୍ପିଙ୍କୁ ବଡ ଦାୟିତ୍ୱ ଦେଲା ପାକିସ୍ତାନ ।

295

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡରେ ବଡଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଉଭୟ ଦିନିକିଆ ଓ ଟି-୨୦ ପାଇଁ ପାକିସ୍ତାନ ନୂଆ କୋଚ ଭାବେ ଗ୍ୟ।।ରୀ କର୍ଷ୍ଟେନଙ୍କୁ ନିଯୁକ୍ତି ଦେଇଛି । ସେହିଭଳି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଜେସନ ଗିଲେସ୍ପିଙ୍କୁ ଟେଷ୍ଟ ମ୍ୟାଚ୍ ପାଇଁ କୋଚ୍ ନିଯୁକ୍ତ କରିଛି । ଗ୍ୟାରୀ କର୍ଷ୍ଟେନ ଏହାପୂର୍ବରୁ ୨୦୧୧ରେ ଟିମ୍ ଇଣ୍ଡିଆକୁ ଦିନିକିଆରେ ବିଶ୍ୱକପ ବିଜେତା କରାଇଥିଲେ । ଏବେ ଟି-୨୦ ବିଶ୍ୱକପ୍ ପୂର୍ବରୁ ଗ୍ୟାରୀ କର୍ଷ୍ଟେନଙ୍କୁ କୋଚ୍ ନିଯୁକ୍ତି କରି ଟାଇଟଲ ହାସଲ କରିବା ଲକ୍ଷ୍ୟରେ ରହିଛି ପାକିସ୍ତାନ ।

ଏବେ ଗ୍ୟାରୀ କର୍ଷ୍ଟେନ ଆଇପିଏଲରେ ଗୁଜୁରାଟ ଟାଇଟନ୍ସର ମେଣ୍ଟର ଦାୟିତ୍ୱ ତୁଲାଉଛନ୍ତି । କର୍ଷ୍ଟେନ ଭାରତୀୟ ଟିମର କୋଚ୍ ସହ ୩ ବର୍ଷ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଦଳର ମଧ୍ୟ କୋଚ୍ ଦାୟିତ୍ୱ ତୁଲାଇଛନ୍ତି । ମିକି ଆର୍ଥର ପାକିସ୍ତାନର କୋଚ୍ ପଦ ଛାଡିବା ପରେ ଏହି ସ୍ଥାନ ଫାଙ୍କା ପଡିଥିଲା । ପରେ ମହମ୍ମଦ ହାଫିଜଙ୍କୁ ଟିମର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଥିଲା । କିନ୍ତୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଦଳର ଖରାପ ପ୍ରଦର୍ଶନ କାରଣରୁ ମହମ୍ମଦ ହାଫିଜଙ୍କୁ ମଧ୍ୟ ପଦ ହରାଇବାକୁ ପଡିଥିଲା ।

ଗ୍ୟାରୀ କର୍ଷ୍ଟେନ ଦକ୍ଷିଣଆଫ୍ରିକା ପାଇଁ ୧୦୧ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ୧୮୫ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି ।