Daily Archives

November 10, 2023

ଶ୍ରୀଲଙ୍କା କ୍ରିକେଟକୁ ବଡ ଝଟକା: ଆଇସିସି ସଦସ୍ୟତାରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ନିଲମ୍ବିତ

କନକ ବ୍ୟୁରୋ: ଆଇସିସିରୁ ବାଦ ପଡିଛି ଶ୍ରୀଲଙ୍କା କ୍ରିକେଟ । ବିଶ୍ୱକପ କ୍ରିକେଟରେ ଶ୍ରୀଲଙ୍କାର ନିରାଶାଜନକ ପ୍ରଦର୍ଶନ ପରେ ଶ୍ରୀଲଙ୍କା କ୍ରିକେଟରେ ଆରମ୍ଭ ହୋଇଥିବା ହଲଚଲ ଭିତରେ ଆଇସିସି ଦେଇଛି ବଡ ଝଟକା । ଶ୍ରୀଲଙ୍କା କ୍ରିକେଟକୁ ଇଂଟରନେସନାଲ କ୍ରିକେଟ କାଉନସିଲ ନିଲମ୍ବିତ କରିଛି ।…

ମହେଶ୍ୱରଙ୍କ ସ୍ଥାନ ନେବ କିଏ? ପୁଅ ସୁନୀଲ ହେବେ କି ଉତ୍ତରାଧିକାରୀ?

କନକ ବ୍ୟୁରୋ: ପୁରୀ ଜିଲ୍ଲାରେ କିଏ ଧରିବ ବିଜେଡିର ମଂଗ । ପୁରୀ ଜିଲ୍ଲା ବିଜେଡିର ଦୁଇ ଟାଣୁଆ ନେତାଙ୍କର ପରଲୋକ ପରେ ଏବେ ଦଳର ମଂଗୁଆଳ କିଏ ସାଜିବ, ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଅନ୍ୟପଟେ ବିଜେଡି ସୁପ୍ରିମୋ ସବୁ ଦିଗକୁ ବିଚାରକୁ ନେଇ ଜଣଙ୍କୁ ଜିଲ୍ଲା ଦାୟିତ୍ୱ ଦେବେ ବୋଲି ଆଲୋଚନା…

ଧନତେରସରେ ସୁନା କିଣା: ଗହଣା ଦୋକାନ ଆଗରେ ଲମ୍ବା ଲାଇନ୍

କନକ ବ୍ୟୁରୋ: ଧନତେରସରେ ସୁନା ଗହଣା କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଜୁଏଲାରୀ ଦୋକାନ ଖୋଲିବା ମାତ୍ରେ ଲାଗିଗଲା ଲୋକଙ୍କ ଲମ୍ବା ଧାଡ଼ି । ଏପଟେ ମନଲୋଭା ଅଫର ଦେଇ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଚାଲିଛି ପ୍ରତିଯୋଗିତା । କିଏ ଗଢ଼ା ମଜୁରୀ ଉପରେ ରିହାତି ଦେଉଛି ତ…

ସେମିରେ କାହା ସହ ଲଢ଼ିବ ଭାରତ? ନ୍ୟୁଜିଲ୍ୟାଣ୍ଡର ସମ୍ଭାବନା ଉଜ୍ଜଳ

କନକ ବ୍ୟୁରୋ : କ୍ରିକେଟ ବିଶ୍ୱକପରେ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଶେଷ ହେବାକୁ ଯାଉଥିବା ବେଳେ ଏବେ ନଜର ସେମିଫାଇନାଲ ଉପରେ । ଲାଇନ୍ ଅପ୍ ଏକଦମ୍ ସ୍ଥିର ହୋଇ ନଥିବା ବେଳେ କିଏ କାହା ସହ ଖେଳିବ ଏନେଇ ଆକଳନ କରାଯାଉଛି । ପଏଂଟ ଟେବୁଲ ଓ ରନ୍ ରେଟ୍ ଆଧାରରେ ଏହି ସମୀକରଣ କରାଯାଉଛି । ଭାରତ ଏଯାଏଁ…

ପୁଣି ବୟାନକୁ ନେଇ ଚର୍ଚ୍ଚାରେ ଜଣାଶୁଣା ଗୀତିକାର ଜାବେଦ ଅଖତର । କହିଲେ, ଦେଶରେ ବଢ଼ିଛି ଅସହିଷ୍ଣୁତା

କନକ ବ୍ୟୁରୋ : ହିନ୍ଦୁ ସଂସ୍କୃତି ଯୋଗୁଁ ଭାରତରେ ତିଷ୍ଠିି ରହିଛି ଗଣତନ୍ତ୍ର । ‘ଆମେ ଠିକ ଆଉ ସମସ୍ତେ ଭୁଲ’ ଏହି ଭାବନା ହିନ୍ଦୁ ଧର୍ମର ଅଂଶବିଶେଷ ନୁହେଁ । ହିନ୍ଦୁମାନେ ସହନଶୀଳ, ଏଥିପାଇଁ ଭାରତରେ ଗଣତନ୍ତ୍ର ବଂଚି ରହିଥିବା କହିଛନ୍ତି ବଲିଉଡର ଜଣାଶୁଣା ଗୀତିକାର ଜାଭେଦ ଅଖତର ।…

ବନ୍ଧୁକ ମୁନରେ ବଡ ଡକାୟତି: ଏଟିଏମ୍ ଭ୍ୟାନରୁ ଦେଢକୋଟି ଟଙ୍କା ଲୁଟ୍

କନକ ବ୍ୟୁରୋ: ଏଟିଏମରେ ଟଙ୍କା ଭର୍ତି କରିବା ପାଇଁ ବାହାରିବା ସମୟରେ ଭାବିନଥିଲେ ତାଙ୍କ ସହ ଏମିତି ଅଘଟଣ ଘଟିଯିବ । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ ରାସ୍ତାରେ ବଡ ଧରଣର ଡକାୟତି । କର୍ମଚାରୀଙ୍କ କହିବା ଅନୁସାରେ ଭ୍ୟାନ ଗୋଡିଝରିଆର ନିଛାଟିଆ ସ୍ଥାନରେ ପହଂଚିବା ପରେ ଏକ…