ପୁଣି ବୟାନକୁ ନେଇ ଚର୍ଚ୍ଚାରେ ଜଣାଶୁଣା ଗୀତିକାର ଜାବେଦ ଅଖତର । କହିଲେ, ଦେଶରେ ବଢ଼ିଛି ଅସହିଷ୍ଣୁତା

121

କନକ ବ୍ୟୁରୋ : ହିନ୍ଦୁ ସଂସ୍କୃତି ଯୋଗୁଁ ଭାରତରେ ତିଷ୍ଠିି ରହିଛି ଗଣତନ୍ତ୍ର । ‘ଆମେ ଠିକ ଆଉ ସମସ୍ତେ ଭୁଲ’ ଏହି ଭାବନା ହିନ୍ଦୁ ଧର୍ମର ଅଂଶବିଶେଷ ନୁହେଁ । ହିନ୍ଦୁମାନେ ସହନଶୀଳ, ଏଥିପାଇଁ ଭାରତରେ ଗଣତନ୍ତ୍ର ବଂଚି ରହିଥିବା କହିଛନ୍ତି ବଲିଉଡର ଜଣାଶୁଣା ଗୀତିକାର ଜାଭେଦ ଅଖତର । ମହାରାଷ୍ଟ୍ରରେ ଦୀପାବଳିକୁ ନେଇ ଆୟୋଜିତ ଦୀପୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି କହିଛନ୍ତି । ବର୍ତମାନ ଦେଶରେ ଅଭିବ୍ୟକ୍ତିର ସ୍ୱାଧିନତା ହ୍ରାସ ପାଉଥିବା ବେଳେ ଅସହିଷ୍ଣୁତା ବୃଦ୍ଧି ପାଉଛି । ପୂର୍ବରୁ କିଛି ଲୋକ ଅସହିଷ୍ଣୁ ଥିଲେ ମଧ୍ୟ ହିନ୍ଦୁ ମାନେ ସେମିତି ନଥିଲେ । ହିନ୍ଦୁ ମାନେ ସର୍ବଦା ସମଗ୍ର ବିଶ୍ୱକୁ ଶାନ୍ତି ଏବଂ ମୈତ୍ରୀର ବାର୍ତା ଦେଇଥାନ୍ତି । ଯଦି ହିନ୍ଦୁ ମାନଙ୍କର ଏହି ବଡ଼ ଚିନ୍ତାଧାରର ସମାପ୍ତ ହୋଇଯିବ ତେବେ ସେମାନେ ଅନ୍ୟ ମାନଙ୍କ ପରି ହୋଇଯିବେ, ଏମିତି ହେବା ଉଚିତ୍ ନୁହେଁ । ଆମେ ହିନ୍ଦୁ ମାନଙ୍କ ଠାରୁ ଜୀବନ ଜିଇଁବାର ଶୈଳୀ ଶିଖିଛୁ । ପ୍ରଭୁ ଶ୍ରୀରାମ ଏବଂ ମାତା ସୀତାଙ୍କ ଭୂମି ଭାରତରେ ଜନ୍ମ ହେବା ମୋ ସୌଭାଗ୍ୟ ବୋଲି କହିଛନ୍ତି ଜାଭେଦ ଅଖତର