କନକ ବ୍ୟୁରୋ: ଧନତେରସରେ ସୁନା ଗହଣା କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଜୁଏଲାରୀ ଦୋକାନ ଖୋଲିବା ମାତ୍ରେ ଲାଗିଗଲା ଲୋକଙ୍କ ଲମ୍ବା ଧାଡ଼ି । ଏପଟେ ମନଲୋଭା ଅଫର ଦେଇ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଚାଲିଛି ପ୍ରତିଯୋଗିତା । କିଏ ଗଢ଼ା ମଜୁରୀ ଉପରେ ରିହାତି ଦେଉଛି ତ କିଏ ଦେଉଛି ମାଗଣା ସ୍ୱର୍ଣ୍ଣ ମୁଦ୍ରାର ଅଫର ।

Kanak News is now on WhatsApp
Join and get latest news updates delivered to you via WhatsApp
୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ପାଖାପାଖି ୫୬ ହଜାର ଟଙ୍କା ଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୬୧ ହଜାର ରହିଛି । ଦାମ ଅଧିକ ଥିଲେ ବି ଧନତେରସରେ ସୁନା କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଆଗ୍ରହ । ଏପଟେ ଭଳିକି ଭଳି ଡିଜାଇନ୍ର ଗହଣାରେ ସଜାଇ ହୋଇଛି ଜୁଏଲାରୀ ଦୋକାନ ।
ଧନତେରସରେ କୋଟି କୋଟି ଟଙ୍କାର ଗହଣା ବ୍ୟବସାୟ ହୋଇଥାଏ । ଏହା ପରେ ବିବାହ ଋତୁ ଆସୁଥିବାରୁ ନୂଆ ନୂଆ କଲେକ୍ସନ୍ରେ ଭରି ଯାଇଛି ଗହଣା ଦୋକାନ । ସୁନା ହେଉକି ରୁପା ଓ ଏହା ସହ ଜମିଛି ହୀରା ଖଚିତ ଗହଣାର କାରବାର । ଧନତେରାସରେ ସୁନା କିଣିଲେ ଘରେ ଧନଲକ୍ଷ୍ମୀଙ୍କ ଆଗମନ ହୁଏ । ଧନସଂପତିରେ ଘର ପୂରି ଉଠେ ବୋଲି ବିଶ୍ୱାସ ରହିଛି ।