ବିଜେଡିରେ ସାମିଲ ହେଲେ ଅଭିନେତା ଅଖିଳ କୁମାର ପଟ୍ଟନାୟକ । କହିଲେ ବିଜେପି ଦଳରେ ଥିଲି ,କିନ୍ତୁ ଆଖିରେ ମୋର ଅନ୍ଧ ପୁଟୁଳି ବାନ୍ଧି ଦିଆଯାଇଥିଲା ।

5,160

କନକବ୍ୟୁରୋ : ବିଜେଡିରେ ସାମିଲ ହେଲେ ବିଜେପି ନେତା ତଥା ଅଭିନେତା ଅଖିଳ କୁମାର ପଟ୍ଟନାୟକ । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର। ଦଳରେ ମିଶିବା ପରେ କହିଲେ କଳାକାର ହେଇ କାମ କରୁଥିଲି । ସେବା କରିବା ପାଇଁ ଶୃଙ୍ଖଳିତ ଦଳ ଭାବି ବିଜେପି ରେ ସାମିଲ ହେଲି ।କିଛିଦିନ ପରେ କୋଣଠେସା ହେଲି ।ମୋ ସ୍ୱପ୍ନ କୁ ଭାଙ୍ଗି ଦିଆଗଲା । ଅସ୍ମିତା କୁ ଧରି ୨୪ ବର୍ଷ ଶାସନ କରିଲେଣି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ମୁଁ ଛୋଟିଆ ସେବକଟିଏ ହେବାପାଇଁ ଦଳ ରେ ସାମିଲ ହେଲି ।ବିରୋଧୀ ଦଳରେ ଥିଲୁ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦିଆଯାଇଥିଲା ।ବିରୋଧ କର ବିରୋଧ କର କୁହାଯାଉଥିଲା।ରାସ୍ତାରେ ବୁଲୁଥିଲି ବିଜେଡି ଭାଇ ମାନେ ଟାଣିଆଣିଲେ ନବୀନ ବାବୁଙ୍କ କୋଳରେ ବସିବା ପାଇଁ ସୁଯୋଗ ଦେଲେ । ବିଜେଡି ପରିଚୟ ଦିଏ ।ଯେଉଁମାନେ ଯାଇଛନ୍ତି ଲାଗୁଥିବ ନବୀନ ବାବୁ ଆମ ପାଇଁ କଣ କରିଛନ୍ତି ।ସେମାନେ ଧୋକା ଦେଇ ଯାଇଛନ୍ତି କିନ୍ତୁ ମୁଁ ଧୋକା ଖାଇ ଆସିଛି ।ମୁଁ କାନ୍ଦିକି ଷ୍ଟେଜରେ କହୁଥିଲି ବିଜେପି ଧୋକା ଦେଇଛି ମତେ ମାନସ ଭାଇ ଫୋନ କରି ଦଳରେ ସାମିଲ ପାଇଁ ସୁଯୋଗ ଦେଲେ ।ଶୁଣିଥିଲି ବିଜେଡି ୫୦ଵର୍ଷ ରାଜ କରିବ ଏଠିକି ଆସିଲି ଜାଣିଲି ବିଜେଡି ଆହୁରି ଆଗକୁ ଯିବ ।