ମହେଶ୍ୱରଙ୍କ ସ୍ଥାନ ନେବ କିଏ? ପୁଅ ସୁନୀଲ ହେବେ କି ଉତ୍ତରାଧିକାରୀ?

1,179

କନକ ବ୍ୟୁରୋ: ପୁରୀ ଜିଲ୍ଲାରେ କିଏ ଧରିବ ବିଜେଡିର ମଂଗ । ପୁରୀ ଜିଲ୍ଲା ବିଜେଡିର ଦୁଇ ଟାଣୁଆ ନେତାଙ୍କର ପରଲୋକ ପରେ ଏବେ ଦଳର ମଂଗୁଆଳ କିଏ ସାଜିବ, ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଅନ୍ୟପଟେ ବିଜେଡି ସୁପ୍ରିମୋ ସବୁ ଦିଗକୁ ବିଚାରକୁ ନେଇ ଜଣଙ୍କୁ ଜିଲ୍ଲା ଦାୟିତ୍ୱ ଦେବେ ବୋଲି ଆଲୋଚନା ହେଉଛି ।

ପୁରୀ ଜିଲ୍ଲାର ଦୃଢ଼ ସଂଗଠକ ଓ ଟାଣୁଆ ନେତା । ଯାହାଙ୍କ ବଳିଷ୍ଠ ନେତୃତ୍ୱରେ ବିଜେଡିର ଅଭେଦ୍ୟ ଦୁର୍ଗ ପାଲଟିଥିଲା ପୁରୀ ଜିଲ୍ଳା । ପୁରୀ ସଂସଦୀୟ କ୍ଷେତ୍ରର ୭ଟି ନିର୍ବାଚନମଣ୍ଡଳୀରେ ଦୁଇ ନେତାଙ୍କର ପତିଆରା ରହିଥିଲା । ଉଭୟ ନେତା ବିଜେଡିର ମୁରବି ଭାବେ ମଂଗ ଧରି ଦଳକୁ ଆଗକୁ ନେଉଥିଲେ । କିନ୍ତୁ ଏମାନଙ୍କ ଅବର୍ତମାନର ପୁରୀ ଜିଲ୍ଲା ରାଜନୀତିରେ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ସେପଟେ ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । କିଏ ସମ୍ଭାଳିବ ଜିଲ୍ଲା ବିଜେଡିର କମାଣ୍ଡ ।

ବରିଷ୍ଠ ଓ ଅଭିଜ୍ଞତା ଦୃଷ୍ଟିରୁ ଏହି ନେତା ଜିଲ୍ଳା ନେତୃତ୍ୱ ଆଉ ସଂଗଠନର କଥା ବୁଝୁଛନ୍ତି । କିନ୍ତୁ ଏମାନଙ୍କ ମଧ୍ୟରୁ କାହାକୁ ଅଧିକ ଭରଷା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । କାରଣ ୨୦୧୯ ପରଠାରୁ ଦିବଗଂତ ନେତା ମହେଶ୍ୱର ମହାନ୍ତି ପୁରୀ ଜିଲ୍ଲା ବିଜେଡି ସଭାପତି ରହି ଦଳର ନେତୃତ୍ୱ ନେଉଥିଲେ । ଆଉ ଦଳ କେମିତି ମଜବୁତ ସେଥିପାଇଁ ତୃଣମୂଳସ୍ତରରୁ କାର୍ଯ୍ୟ କରୁଥିଲେ । ହେଲେ ମହେଶ୍ୱରଙ୍କ ଦେହାନ୍ତ ପରେ ନେତୃତ୍ୱରେ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ତେବେ ଏନେଇ ଶୁଣି ନିଅନ୍ତୁ କଣ କହୁଛନ୍ତି ପୁରୀ ଜିଳ୍ଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ବିଜେଡି ସବୁବେଳେ ଅନୁକମ୍ପା କାର୍ଡ ଖେଳିଥାଏ । ବାପ ବଦଳରେ ପୁଅ- ଝିଅ କିମ୍ବା ପରିବାରରୁ କାହାକୁ ଟିକେଟ ଦେଇଥାଏ । ସେହି ଫର୍ମୁଲାରେ ପୁରୀ ନିର୍ବାଚନମଣ୍ଡଳୀ ପାଇଁ ଆଗାମିନିର୍ବାଚନରେ ସୁନୀଲଙ୍କୁ ସୁଯୋଗ ଦେବେ କି ସୁପ୍ରିମୋ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବିଜେଡି ଫୋକସରେ ରହିଛି ପୁରୀ । ତେଣୁ ପୁରୀ ନେତୃ୍ତ୍ୱ କାହାକୁ ଦେବେ, ବିଜେଡି ସୁପ୍ରିମୋ ସବୁ ଦିଗରୁ ବିଚାର କରି ଖୁବଶୀଘ୍ର ନିଷ୍ପତି ନେବେ ବୋଲି କୁହାଯାଉଛି । କାରଣ ୨୦୧୯ ନିର୍ବାଚନରେ ପୁରୀ ସଂସଦୀୟ କ୍ଷେତ୍ରରେ କଡା ଟକ୍କର ଦେଇଥିଲେ ବିଜେପି ପ୍ରାର୍ଥୀ । ସେହିପରି ପୁରୀ ଓ ବ୍ରହ୍ମଗିରି ବିଧାନସଭା ଆସନ ବିଜେଡି ହାତରୁ ଖସି ଯାଇଥିଲା ।