ନିର୍ବାଚନ ପୂର୍ବରୁ ମାଓ ପୋଷ୍ଟର । ଓଡିଶା ଝାଡଖଣ୍ଡ ସୀମାନ୍ତ ଅଞ୍ଚଳରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର

99

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ମାଓ ପୋଷ୍ଟର । କୋଇଡା ବ୍ଲକ କେ. ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳକଟା, ରେଞ୍ଜଡା, ସୋୟମ୍ବା ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଓଡିଶା ଝାଡଖଣ୍ଡ ସୀମାନ୍ତ ଅଞ୍ଚଳରେ ମାଓ ପୋଷ୍ଟ ଲାଗିଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଖବର ପାଇଁ କେ ବଲାଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଓ ପୋଷ୍ଟର ଜବତ କରିଛି । ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ମାଓବାଦୀ ସକ୍ରିୟ ହେବା ଓ ଅଞ୍ଚଳରେ ନିଜ ଅସ୍ତିତ୍ୱ ଜାହିର କରିବାରୁ ପୁଲିସର ସ୍ୱତନ୍ତ୍ର ନଜର ରଖିିଛି । କୋଇଡା ଅଞ୍ଚଳରେ ମାଓବାଦୀଙ୍କ ପ୍ରାଦୁର୍ଭାବ କମିନଥିଲେ ମଧ୍ୟ କୋଇଡା, କାଲଟା, ଜାମୁଡିହି, କେ ବଲାଙ୍ଗ ଅଞ୍ଚଳରୁ ସିପିଆରପିଏଫ ବଳକୁ ବର୍ଷେ ପୂର୍ବରୁ ହଟାଇନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।