ଶ୍ରୀଲଙ୍କା କ୍ରିକେଟକୁ ବଡ ଝଟକା: ଆଇସିସି ସଦସ୍ୟତାରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ନିଲମ୍ବିତ

4,922

କନକ ବ୍ୟୁରୋ: ଆଇସିସିରୁ ବାଦ ପଡିଛି ଶ୍ରୀଲଙ୍କା କ୍ରିକେଟ । ବିଶ୍ୱକପ କ୍ରିକେଟରେ ଶ୍ରୀଲଙ୍କାର ନିରାଶାଜନକ ପ୍ରଦର୍ଶନ ପରେ ଶ୍ରୀଲଙ୍କା କ୍ରିକେଟରେ ଆରମ୍ଭ ହୋଇଥିବା ହଲଚଲ ଭିତରେ ଆଇସିସି ଦେଇଛି ବଡ ଝଟକା । ଶ୍ରୀଲଙ୍କା କ୍ରିକେଟକୁ ଇଂଟରନେସନାଲ କ୍ରିକେଟ କାଉନସିଲ ନିଲମ୍ବିତ କରିଛି । ଆଇସିସି ପକ୍ଷରୁ କୁହାଯାଇଛି ଶ୍ରୀଲଙ୍କା କ୍ରିକଟରେ ବ୍ୟାପକ ସରକାରୀ ହସ୍ତେକ୍ଷପ ହେଉଛି । ଯାହା ଫଳରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଭଙ୍ଗ ହୋଇଯାଇଛି । ଆଜି ଆଇସିସି ବୋର୍ଡର ବୈଠକରେ ଶ୍ରୀଲଙ୍କା କ୍ରିକେଟର ସଦସ୍ୟତାକୁ ନିଲମ୍ବିତ କରାଯାଇଛି । ଏଣିକି ଆଇସିସି ପକ୍ଷରୁ ହେବାକୁ ଥିବା କୌଣସି ପ୍ରତି ଯୋଗିତାରେ ଶ୍ରୀଲଙ୍କା ଟିମ ଭାଗ ନେଇ ପାରିବ ନାହିଁ । ବିଶ୍ୱକପରେ ଶ୍ରୀଲଙ୍କା ଟିମର ଖରାପ ପ୍ରଦର୍ଶନ ପରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ବରଖାସ୍ତ କରିଦେଇଛି । ଏହାପରେ ଆଇସିସିର ଏହି ପଦକ୍ଷେପ ଶ୍ରୀଲଙ୍କା ଟିମକୁ ଶକ୍ତ ଝଟକା ବୋଲି କୁହାଯାଉଛି ।