Daily Archives

April 6, 2023

ବଡ଼ ଆଶ୍ୱସ୍ତି ଦେଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ଅପରିବର୍ତିତ ରହିଲା ରେପୋ ରେଟ, ବଢ଼ିବନି ଇଏମଆଇ

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଲା ବଡ଼ ଆଶ୍ୱସ୍ତି । ଅପରିବର୍ତିତ ରହିଲା ରେପୋ ରେଟ, ବଢ଼ିବନି ଇଏମଆଇ । ଯାହାପରେ ଗ୍ରାହକ ମାନଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଗତ ୩ ଦିନ ଧରି ଆରବିଆଇର ମନିଟରି ପଲିସି କମିଟିର ବୈଠକ ପରେ ଆରବିଆଇ ରେପୋ ରେଟ୍ ନ ବଢିବା ନେଇ ଗଭର୍ଣର ଶକ୍ତିକାନ୍ତ ଦାସ…

ଡରାଉଛି କିଡନୀ ରୋଗ, ଗାଁ ଛାଡ଼ୁଛନ୍ତି ଲୋକ। ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଲକ ବାବୁପାଲି ଗୌରଗୋଠ ଗାଁରେ ଆତଙ୍କ । 

କନକ ବ୍ୟୁରୋ: ଘରେ ତାଲା ପଡ଼ିଛି, ଆଉ ଘର ଲୋକ ଗାଁ ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି । ହେଲେ ଏହା ପଛର କାରଣ ଜାଣିଲେ ଆପଣ ବି ଚିନ୍ତିତ ହୋଇପଡ଼ିବେ । ଏପରି ଦୃଶ୍ୟ ଆସିଛି ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ବାବୁପାଲି ଗୌରଗୋଠ ଗାଁରୁ । ପୂରା ଗାଁରେ ଏବେ ଆତଙ୍କ…

ଧୁମଧାମରେ ପାଳନ ହେଲା ହନୁମାନ ଜୟନ୍ତୀ, ବିିଭିନ୍ନ ସ୍ଥାନରେ ବଡ଼ ବଡ଼ ଶୋଭାଯାତ୍ରାରେ ସାମିଲ ହେଲେ ହଜାର ଲୋକେ

କନକ ବ୍ୟୁରୋ : ହନୁମାନ ଜୟନ୍ତୀ ପାଇଁ ଦିଲ୍ଲୀର ଜାହାଙ୍ଗୀରପୁର ହୋଇଛି ବଡ ଧରଣର ଶୋଭାଯାତ୍ରା । ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରା ହଜାର ହଜାର ଲୋକେ ସାମିଲ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ରାମନବମୀରେ ବିଭିନ୍ନ ରାଜ୍ୟରେ…

ମେଡିକାଲ କଲେଜରେ ଚାକିରି ନାଁରେ ଠକେଇ। ଖବର ପ୍ରସାରଣ ପରେ ମାମଲା ରୁଜୁ ।

କନକ ବ୍ୟୁରୋ: ନୂଆ ନୂଆ ଆରମ୍ଭ ହୋଇଛି ସୁନ୍ଦରଗଡ଼ ଏନଟିପିସି ମେଡିକାଲ୍ କଲେଜ । ପାଠପଢ଼ା ଆରମ୍ଭ ହେଉ ହେଉ ସକ୍ରିୟ ହୋଇଯାଇଛନ୍ତି ଦଲାଲ । ମେଡିକାଲ କଲେଜ ଡିନଙ୍କ ନକଲି ଦସ୍ତଖତ, ଷ୍ଟାମ୍ପ ଓ ରାଜ୍ୟ ସରକାରଙ୍କ ଲୋଗୋ ବ୍ୟବହାର କରାଯାଇ ପ୍ରସ୍ତୁତ କରାଯାଇଛି ଜାଲି ନିଯୁକ୍ତିପତ୍ର । ଏହା ଜରିଆରେ…

ଅବସର ପରେ ବାବୁଙ୍କୁ ଚାକିରି, ସହରାଞ୍ଚଳରେ ହେବେ ନିଯୁକ୍ତ।

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଅଧୀନରେ ଚାକିରି କରି ଅବସର ନେଇଥିବା, ଅଧିକାରୀମାନଙ୍କୁ ପୁଣି ଥରେ ଚାକିରି ଦେବେ ସରକାର । ଏଥିପାଇଁ ରାଜ୍ୟ ସରକାରଙ୍କ ନଗର ଓ ଗୃହ ଉନ୍ନୟନ ବିଭାଗ ପକ୍ଷରୁ ରିଜୋଲ୍ୟୁସନ ଜାରି କରାଯାଇଛି । ଯେଉଁଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି, ଅବସରପ୍ରାପ୍ତ…

ବିଜେପି ପ୍ରତିଷ୍ଠା ଦିବସରେ ମୋଦୀଙ୍କ ମନ୍ତ୍ର। ହନୁମାନଙ୍କ ପରି ହେବାକୁ କର୍ମୀଙ୍କୁ ଆହ୍ୱାନ।

କନକ ବ୍ୟୁରୋ: ସାରାଦେଶରେ ହନୁମାନ ଜୟନ୍ତୀ ପାଳନ ଭିତରେ ପ୍ରତିଷ୍ଠା ଦିବସ ପାଳିଛି ଭାରତୀୟ ଜନତା ପାର୍ଟି । ୪୪ତମ ପ୍ରତିଷ୍ଠା ଦିବସରେ ଦେଶବ୍ୟାପୀ ବିଜେପି କର୍ମୀଙ୍କୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପିର ଆଗାମୀ ରାଜନୈତିକ ଭବିଷ୍ୟତ ପାଇଁ…