ଲୋ ସ୍କୋରିଂ ମ୍ୟାଚରେ ଚେନ୍ନାଇକୁ ୭ ୱିକେଟରେ ହରାଇଲା ପଞ୍ଜାବ । ହାରିବା ପରେ ଚେନ୍ନାଇ ପ୍ଲେ ଅଫରୁ ବାଦ ପଡିବା ନେଇ ବଢିଲା ଆଶଙ୍କା ।

466

କନକ ବ୍ୟୁରୋ: ଲୋ ସ୍କୋରିଂ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ୭ ୱିକେଟରେ ହରାଇଲା ପଞ୍ଜାବ କିଙ୍ଗସ୍ । ଦମଦାର ବୋଲିଂ ଯୋଗୁ ପ୍ରଥମେ ବ୍ୟାଟିଂ କରି ୭ ୱିିକେଟରେ ୧୬୨ ରନ କରିଥିଲା ଚେନ୍ନାଇ । ଦଳ ପକ୍ଷରୁ କେବଳ ରୁତୁରାଜ ଗାଇକ୍ୱାଡଙ୍କ ୬୨ ରନର ଇଂନିସ ଯୋଗୁଁ ଦଳ ସମ୍ମାନଜନକ ସ୍କୋର କରିପାରିଥିଲା । ୧୬୩ ରନର ଟାର୍ଗେଟକୁ ଆରାମରେ ହାସଲ କରିନେଇଥିଲା ପଞ୍ଜାବ । ମାତ୍ର ୧୮ ଓଭରରେ ମ୍ୟାଚ ଜିିତିଯାଇଥିଲା ପଞ୍ଜାବ । ତେବେ ଚେନ୍ନାଇ ହାରିବା ପରେ ପ୍ଲେ ଅଫ ରେସରୁ ବାଦ ପଡିବାର ଆଶଙ୍କା ଦେଖାଯାଇଛି । ଏବେ ରାଜସ୍ଥାନ ୯ ମ୍ୟାଚରୁ ୮ ଏବଂ କୋଲକତା ୯ ମ୍ୟାଚରୁ ୬ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛନ୍ତି । ପ୍ଲେ-ଅଫର ବାକି ଦୁଇଟି ଟିମ୍ ପାଇଁ ତିନି ଦଳ ଦାବିଦାର ଅଛନ୍ତି । ଲକ୍ଷ୍ନୌ, ଚେନ୍ନାଇ ସହ ହାଇଦ୍ରାବାଦ ରେସରେ ଅଛି । ଲକ୍ଷ୍ନୌ ୧୦ ମ୍ୟାଚରୁ ୬ ଟି ଜିତିଥିବା ବେଳେ ଚେନ୍ନାଇ ୧୦ ମ୍ୟାଚରୁ ଏବଂ ହାଇଦ୍ରାବାଦ ୯ ମ୍ୟାଚରୁ ୫ଟିରେ ବିଜୟୀ ହୋଇଛି । ତିନି ଟିମର ପଦର୍ଶନ ଭଲ ରହିଥିବାରୁ ପ୍ଲେ-ଅଫକୁ କିଏ ଯିବ ତାକୁ ନେଇ ଆଶଙ୍କା ବଢିବାରେ ଲାଗିଛି ।