ହିଞ୍ଜିଳି ପରେ ଆଜି କଣ୍ଟାବାଞ୍ଝି ଆସନରୁ ନାମାଙ୍କନ ଦାଖଲ କରିବେ ନବୀନ । ଏଥର ଦୁଇଟି ଆସନରୁ ପ୍ରାର୍ଥୀ ହେଇଛନ୍ତି ମୁଖ୍ୟମନ୍ତ୍ରୀ ।

107

କନକ ବ୍ୟୁରୋ: ଆଜି ବଲାଙ୍ଗୀର କଣ୍ଟାବାଞ୍ଝି ଆସନରୁ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମ ହିଞ୍ଜିଳି ପରେ କଣ୍ଟାବାଞ୍ଝି ଆସନରୁ ନାମାଙ୍କନ ଦାଖଲ କରିବେ ନବୀନ । ଏଥିପାଇଁ ଦଳ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ନରେ ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ତୁଷରା ଏୟାରଷ୍ଟ୍ରିପ ଯିବେ । ସେଠାରୁ ହେଲିକେପ୍ଟରରେ ଟିଟିଲାଗଡ଼ ସ୍ଥିତ ସିଟି ହାଇସ୍କୁଲ ପଡିଆକୁ ଯିବେ । ସେଠାରୁ ଶୋଭାଯାତ୍ରାରେ ଯାଇ ଟିଟଲାଗଡ଼ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାୟୟରେ ନାମାଙ୍କନ ଭରିବେ । ଗତ ୨୯ ତାରିଖରେ ହିଞ୍ଜିଳି ଆସନରେ ନାମାଙ୍କନ ଦାଖଲ କରିଥିଲେ ମୁଖ୍ୟମନ୍ତ୍ରୀ । ମା ତାରା ତାରିଣୀଙ୍କ ଦର୍ଶନ ପରେ ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଥିଲେ ନବୀନ ।