ଆଜି ଆମେଥି ଓ ରାୟବରେଲି ଆସନରେ ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ । ବଡ ସୂଚନା ଦେଲେ କଂଗ୍ରେସ ନେତା ଜୟରାମ ରମେଶ

82

କନକ ବ୍ୟୁରୋ: ଆଜି ଘୋଷଣା ହୋଇପାରେ କଂଗ୍ରେସର ଗଡ ଉତ୍ତର ପ୍ରଦେଶର ଆମେଥି ଓ ରାୟବରେଲି ଆସନରେ ପ୍ରାର୍ଥୀଙ୍କ ନାମ । ଏନେଇ ଚାଲିଥିବା ସ୍ସପେନ୍ସ ଉପରୁ ପରଦା ହଟାଇଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ଆଜି ସନ୍ଧ୍ୟା ସୁଦ୍ଧା ପ୍ରାର୍ଥୀ ଘୋଷଣା ହୋଇଯିବ ବୋଲି କହିଛନ୍ତି ଜୟରାମ । ଆମେଥି ଓ ରାୟବରେଲି କଂଗ୍ରେସର ଗଡ ରହିଛି । ଏଠାରେ କାଲି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ଥିବାରୁ ଆଜି ଘୋଷଣା ହୋଇପାରେ ପ୍ରାର୍ଥୀଙ୍କ ନାମ । ଆସନ୍ତା ୨୦ରେ ଆମେଥି ଓ ରାୟବରେଲିରେ ନିର୍ବାଚନ ହେବ । କିନ୍ତୁ ଏ ଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ, ଯାହାକୁ ନେଇ ସସପେନ୍ସ ବଢିଛି । ଜୟରାମ ରମେଶ କହିଛନ୍ତି, କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ଦଳର ସଭାପତି ମଲ୍ଲିକାର୍ଜୁନ ଖଗଡେଙ୍କୁ ଆମେଥି ଓ ରାୟବରେଲିର ପ୍ରାର୍ଥୀ ନାଁ ଚୂଡାନ୍ତ କରିବାକୁ ଅଧିକୃତ କରାଯାଇଛି । ଏଠାରେ କଂଗ୍ରେସର ପ୍ରାର୍ଥୀ ବିଳମ୍ବ ହେଉଥିବା ନେଇ ଜୟରାମ ରମେଶ କହିଛନ୍ତି, ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହୋଇନାହିଁ । ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେ ସାରା ଦେଶରେ ପ୍ରଚାର କରୁଛନ୍ତି । ଖୁବଶୀଘ୍ର ନାଁ ଘୋଷଣା ହେବ । ଆମେଥିରୁ ରାହୁଲ, ରାଇବରେଲିରୁ ପ୍ରିୟଙ୍କା ପ୍ରାର୍ଥୀ ହେବାର ସମ୍ଭାବନା ରହିଛି ।