ବଡ଼ ଆଶ୍ୱସ୍ତି ଦେଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ଅପରିବର୍ତିତ ରହିଲା ରେପୋ ରେଟ, ବଢ଼ିବନି ଇଏମଆଇ

160

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଲା ବଡ଼ ଆଶ୍ୱସ୍ତି । ଅପରିବର୍ତିତ ରହିଲା ରେପୋ ରେଟ, ବଢ଼ିବନି ଇଏମଆଇ । ଯାହାପରେ ଗ୍ରାହକ ମାନଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଗତ ୩ ଦିନ ଧରି ଆରବିଆଇର ମନିଟରି ପଲିସି କମିଟିର ବୈଠକ ପରେ ଆରବିଆଇ ରେପୋ ରେଟ୍ ନ ବଢିବା ନେଇ ଗଭର୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ସେହିପରି ପରବର୍ତୀ ଆର୍ଥିକ ବର୍ଷ ପାଇଁ ଆରବିଆଇ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ଧାର୍ଯ୍ୟ କରିଛି । ଯାହା ଫେବୃୟାରୀରେ ୬.୪ ପ୍ରତିଶତ ରହିଛି । ଦେଶର ମୁଦ୍ରାସ୍ଥିତି ପରିସ୍ଥିତିକୁ ନଜର ରଖି ଏପ୍ରକାର ନିଷ୍ପତି ନିଆଯାଇଛି । ତେବେ ପୂର୍ବରୁ ଲଗାତର ୬ଥର ରେପୋ ରେଟ୍ରେ ହୋଇଥିଲା ବୃଦ୍ଧି । ସୂଚନାଯୋଗ୍ୟ ଗତବର୍ଷ ମେ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ୨୫୦ ବେସିସ୍ ପଏଂଟ ବଢିଥିଲା । ବିଶ୍ୱ ଅର୍ଥନୀତି ଏବେ ଅସ୍ଥିରତାର ନୂତନ ପର୍ଯ୍ୟାୟର ସମ୍ମୁଖୀନ ହେଉଥିବାରୁ ରିଜର୍ଭ ବ୍ୟାଙ୍କ ମନିଟାରି ପଲିସି ଆକମଡେସନର ପ୍ରତ୍ୟାହାର ଉପରେ ଧ୍ୟାନ ନିବେଶ କରିଛି ବୋଲି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି   । ୨୦୨୩ ଆର୍ଥିକ ବର୍ଷରେ ୭ ପ୍ରତିଶତ ଅଭିବୃଦ୍ଧି ହାର ଆଶା ରଖି ଭାରତର ଅର୍ଥୈତିକ କାର୍ଯ୍ୟକଳାପ ସୁଦୃଢ ରହିଥିବା କଥା ମଧ୍ୟ ସେ କହିଛନ୍ତି ।