ଅବସର ପରେ ବାବୁଙ୍କୁ ଚାକିରି, ସହରାଞ୍ଚଳରେ ହେବେ ନିଯୁକ୍ତ।

625

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଅଧୀନରେ ଚାକିରି କରି ଅବସର ନେଇଥିବା, ଅଧିକାରୀମାନଙ୍କୁ ପୁଣି ଥରେ ଚାକିରି ଦେବେ ସରକାର । ଏଥିପାଇଁ ରାଜ୍ୟ ସରକାରଙ୍କ ନଗର ଓ ଗୃହ ଉନ୍ନୟନ ବିଭାଗ ପକ୍ଷରୁ ରିଜୋଲ୍ୟୁସନ ଜାରି କରାଯାଇଛି । ଯେଉଁଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି, ଅବସରପ୍ରାପ୍ତ ଅଧିକାରୀମାନଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସହରାଞ୍ଚଳର ଉନ୍ନୟନ ସଂସ୍ଥାରେ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯିବ । ଅବସରପ୍ରାପ୍ତ ଓଏଏସ, ଓଏଫଏସ, ଓପିଏସ୍, ଓଆରଏସ, ଜିଲ୍ଲା ପରିସଂଖ୍ୟାନ ଅଧିକାରୀ, ଜିଲ୍ଲା କ୍ଷୁଦ୍ର ସଞ୍ଚୟ ଅଧିକାରୀଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯିବ । ତେବେ ଏହା ସମ୍ପୂର୍ଣ୍ଣ ଚୁକ୍ତିଭିତିକ ଏବଂ ବର୍ଷକ ପାଇଁ ବୋଲି ସ୍ପଷ୍ଟ କରାଯାଇଛି । ସେମାନଙ୍କୁ ମାସିକ ୭୫ ହଜାର ଟଙ୍କା ବେତନ ମିଳିବ ।

ଅବସର ପରେ ବାବୁଙ୍କ ନିଯୁକ୍ତି ଦେବାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ରାଜ୍ୟରେ ବେକାରୀ ବଢ଼ୁଥିବାବେଳେ ଅବସରପ୍ରାପ୍ତ ଅଧିକାରୀଙ୍କୁ କାହା ସ୍ୱାର୍ଥରେ ନିଯୁକ୍ତି ଦିଆଯାଉଛି, ସେ ନେଇ ପ୍ରଶ୍ନ କରିଛନ୍ତି ବିଜେପି ନେତା । ବିଜେପିର ଅଭିଯୋଗ ପରେ,ଜବାବ ରଖି ପ୍ରମିଳା ମଲ୍ଲିକ କହିଛନ୍ତି, ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇବା ପାଇଁ ସରକାର ନିଷ୍ପତି ନେଇଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ, ଅବସରପ୍ରାପ୍ତ ଅଫିସରଙ୍କ ନିଯୁକ୍ତିକୁ ନେଇ ବିରୋଧୀ ତମ୍ବିତୋଫାନ କରିଥିଲେ । ଆଉ ଏବେ ୩୦ଟି ଜିଲ୍ଲାରେ ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିବା ପରେ ନୂଆ ବିତର୍କ ସୃଷ୍ଟି ହୋଇଛି । ପ୍ରଶ୍ନ ଉଠୁଛି,
– ଲକ୍ଷ ଲକ୍ଷ ଚାକିରି ଆଶାୟୀ ଥିବାବେଳେ ପେନସନ ପାଉଥିବା ବାବୁଙ୍କୁ ଚାକିରି ଦେବା କେତେ ଯୁକ୍ତିଯୁକ୍ତ?
– ସରକାରଙ୍କୁ ୩୦ ଜିଲ୍ଲାରେ ମିଳିଲେନି କି ୩୦ ଦକ୍ଷ ଅଫିସର?
– ବର୍ଷିକିଆ ନିଯୁକ୍ତି ପଛରେ କଣ ରହିଛି ଚାଲ?