Daily Archives

August 13, 2022

ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠି ସୃଷ୍ଟି କଲା ବିବାଦ: ହିନ୍ଦୀ ଓ ଖେଳ ଶିକ୍ଷକ ପଢ଼ାଇବେ ଇତିହାସ ଏବଂ…

କନକ ବ୍ୟୁରୋ: ଗୁରୁବାର ଜିଲ୍ଲାର ବିଭିନ୍ନ ସ୍କୁଲକୁ ଦିଆଯାଇଥିବା ଏହି ଚିଠିକୁ ନେଇ ଉଠିଛି ପ୍ରଶ୍ନ । ହିନ୍ଦୀ, ସଂସ୍କୃତ ଏବଂ ଖେଳ ଶିକ୍ଷକମାନେ ଏଣିକି ପଢାଇବେ ଓଡିଆ, ଇତିହାସ ଏବଂ ଭୂଗୋଳ ଭଳି ବିଷୟ । ଚିଠିରେ ଉଲ୍ଲେଖ ରହିଛି, ହିନ୍ଦୀ, ସଂସ୍କୃତ ଏବଂ ଖେଳ ଶିକ୍ଷକମାନେ ଅନ୍ୟ ବିଷୟର…

ମୋକିମଙ୍କ ସହଯୋଗୀ ଗିରିବାଳାଙ୍କୁ ପଦରୁ ହଟାଇବା ପ୍ରସଙ୍ଗରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା । କହିଲେ, କରାଯାଇନି…

କନକ ବ୍ୟୁରୋ: କଂଗ୍ରେସରେ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷଛେଦନ ଆରମ୍ଭ ହୋଇଛି । କଟକ ନଗର କଂଗ୍ରେସ କମିଟିରୁ ମୋକିମଙ୍କ ସମର୍ଥକ ଗିରିବାଳା ବେହେରାଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ସୁରେଶ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ଏହାପରେ କଟକ କଂଗ୍ରେସରେ ମୋକିମ-ସୁରେଶ ବିବାଦ ବଢିବା ଅନୁମାନ…

କୁମାର ସାନୁଙ୍କୁ ଭରସା କରି ଫଶିଗଲେ ମହିଳା!

କନକ ବ୍ୟୁରୋ : ଯଦି ଷ୍ଟାରଙ୍କୁ ଦେଖି ଆପଣ କୌଣସି ପ୍ଲାଟଫର୍ମରେ ଟଙ୍କା ନିବେଶ କରୁଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ବଲିଉଡ ଗାୟକ କୁମାର ସାନୁଙ୍କୁ ଦେଖାଇ ଜଣେ ମହିଳାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି ଦୁଇ ଠକ । କ୍ରିପ୍ଟୋକରେନ୍ସି ସହ ଜଡିତ ଏକ କମ୍ପାନିର ମିଟିଂରେ…

ନବରଙ୍ଗପୁରରେ ମକା ଚାଷ ପାଇଁ ମହାଭାରତ । ଏକର ଏକର ଜଙ୍ଗଲ ଜମିରେ ହୋଇଥିବା ଫସଲ ନଷ୍ଟ କରିଦେଲେ ଶହ ଶହ ଆଦିବାସୀ । ଘରେ…

କନକ ବ୍ୟୁରୋ: ମକା ପାଇଁ ମହାଭାରତ । ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏଭଳି ସାଙ୍ଘାତିକ ଖବର । ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଅନ୍ୟ ଏକ ଗୋଷ୍ଠୀର ଘର ପୋଡ଼ିବା ସହ ଏକର ଏକର ମକା ଚାଷ ନଷ୍ଟ କରିଦେଇଛନ୍ତି ଆଉ ଏକ ଗୋଷ୍ଠୀ । ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତର ୩ଟି ଗାଁର ପ୍ରାୟ ଶହେ ପରିବାର…

ଫୁଲୁଛି ମହାନଦୀ, ଆସୁଛି ବନ୍ୟା: ହୀରାକୁଦରୁ ୩୦ ଗେଟ୍ ଦେଇ ନିଷ୍କାସିତ ହେଉଛି ପାଣିି

ହୀରାକୁଦ ଜଳଭଣ୍ଡାର କର୍ତୁପକ୍ଷ ୩୦ଟି ଗେଟ ଖୋଲିଦେବା ପରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଏହି ଆକଳନ ଚିନ୍ତାକୁ ବଢ଼ାଇ ଦେଇଛି । ହୀରାକୁଦର ଜଳ ପହଁଚିବା ପରେ ମହାନଦୀର ଜଳସ୍ତର ବଢ଼ି ବଢ଼ି ଚାଲିଛି । ନରାଜ ନିକଟରେ ଦିନ ୧୨ଟାରେ ଜଳସ୍ତର ୨୪ ଦଶମିକ ୧୯ମିଟର ଥିବାବେଳେ ଅପରାହ୍ନ ୩ଟା…

ଉପରମୁଣ୍ଡରେ ପ୍ରବଳ ବର୍ଷା: ଛତିଶଗଡ଼ର କୋର୍ବା, ଜାଞ୍ଜଗିରି ଜିଲ୍ଲାରୁ ଆସିଲା ଜଳପ୍ରଳୟର ଚିତ୍ର

କନକ ବ୍ୟୁରୋ: ଯୁଆଡେ ଚାହିଁବ ଖାଲି ପାଣି ଆଉ ପାଣି । କେବଳ କେତେକ ବଡ ଗଛକୁ ଛାଡି ଦେଲେ ଆଉ କିଛି ଦେଖାଯାଉନି । ଛତିଶଗଡର କୋର୍ବା, ଜାଞ୍ଜଗିରି-ଚାମ୍ପା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଭିତରକୁ ବହୁତ ପାଣି ପ୍ରବେଶ କରୁଛି । ଆଉ ଉଛୁଳୁଛି ମହାନଦୀ । ମହାନଦୀର ଉପରମୁଣ୍ଡରେ ଥିବା…