କଂଗ୍ରେସ ଛାଡିଲେ ବରିଷ୍ଠ ନେତା ଦୁଲାଲ ପ୍ରଧାନ । ଟିକେଟ ବଦଳିକୁ ନେଇ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ପଠାଇଲେ ଇସ୍ତଫାପତ୍ର

3,280

କନକ ବ୍ୟୁରୋ: କଂଗ୍ରେସ ଛାଡିଲେ ଦୁଲାଲ ପ୍ରଧାନ । ଦୁଲାଲଙ୍କଠାରୁ କଂଗ୍ରେସ ଟିକେଟ୍ ଫେରାଇ ନେବା ପରେ ସେ ଦଳରୁ ଇସ୍ତଫା ଦେଇଛନ୍ତି । ସମ୍ବଲପୁର ଲୋକସଭା ପାଇଁ ପ୍ରଥମେ ଦୁଲାଲ ପ୍ରଧାନଙ୍କୁ ଟିକେଟ୍ ଦେଇଥିଲା କଂଗ୍ରେସ । ହେଲେ ଗତକାଲି କଂଗ୍ରେସ ଜାରି କରିଥିବା ଟିକେଟ୍ ତାଲିକାରେ ଦୁଲାଲଙ୍କ ବଦଳରେ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି । ନଗେନ୍ଦ୍ର ପ୍ରଧାନ ସମ୍ବଲପୁର କଂଗ୍ରେସ ଲୋକସଭା ପ୍ରାର୍ଥୀ ହେବା ପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଛନ୍ତି ଦୁଲାଲ ପ୍ରଧାନ ।

ନଗେନ୍ଦ୍ର ପ୍ରଧାନ ପୂର୍ବରୁ ବିଜେଡିରେ ଥିଲେ । ତାଙ୍କୁ ସମ୍ବଲପୁର ଲୋକସଭା ପାଇଁ ଟିକେଟ୍ ନମିଳିବା ପରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ନିକଟରେ ସେ କଂଗ୍ରେସରେ ଯୋଗଦେଇଥିଲେ । କଂଗ୍ରେସରେ ମିଶିବା ପରେ ଦଳ ତାଙ୍କୁ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ।