ଟି-ଟ୍ୱେଂଟି ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା । ୧୫ଜଣିଆ ଟିମର ନେତୃତ୍ୱ ନେବେ ରୋହିତ ଶର୍ମା

417

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା, ରୋହିତ୍ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ଉପଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଯୁକ୍ତ କରାଯାଇଛି । ଅଭିଜ୍ଞଙ୍କ ସହ ଯୁବ ଖେଳାଳି ମାନଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ଆହତ କାରଣରୁ ଦୀର୍ଘ ସମୟ ଧରି ଦଳରୁ ଦୂରେଇ ରହିଥିବା ଋଷଭ ପନ୍ଥ ପୁଣିଥରେ ଦଳକୁ ଫେରିଥିବା ବେଳେ ବାଦ ପଡିଛନ୍ତି କେ.ଏଲ ରାହୁଲ । ବିରାଟ କୋହଲିଙ୍କ ସମେତ ଯଶସ୍ୱୀ ଜୟସ୍ୱାଲ, ସୂର୍ୟ୍ୟକୁମାର ଯାଦବ, ଶିଭମ ଦୁବେ, ରବୀନ୍ଦ୍ର ଜାଡେଜାଙ୍କୁ ଦଳରେ ସାମିଲ କରାଯାଇଛି । ଟି-୨୦ ୱାର୍ଲଡ କପରେ ଦଳରେ ବୋଲିଂ ବିଭାଗକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି । ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ, କୁଳଦୀପ ଯାଦବ, ୟଜୁବେନ୍ଦ୍ର ଚହଲ, ଅର୍ଶଦୀପ ସିଂ ଟିମରେ ସ୍ଥାନ ପାଇଛନ୍ତି । ସେହିପରି ଶୁଭମନ୍ ଗିଲ୍, ଅଭେଶ ଖାଁ, ରିଙ୍କୁ ସିଂ, ଖଲ୍ଲିଲ ଅହମ୍ମଦଙ୍କୁ ରିଜର୍ଭ ତାଲିକାରେ ସ୍ଥାନ ଦିଆଯାଇଛି । ପୂର୍ବାହ୍ନରେ ଚୟନକର୍ତା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ସରିବା ପରେ ଦଳ ଘୋଷଣା କରିଛନ୍ତି ମୁଖ୍ୟ ଚୟନକର୍ତା ଅଜିତ୍ ଅଗରକର । ଜୁନ ୧ରୁ ଫଟାଫଟ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଆୟୋଜକ ଟିମ୍ ଆମେରିକା ଓ କାନାଡା । ଜୁନ ୯ରେ ଦେଖିବାକୁ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ-ପାକିସ୍ତାନ ମଧ୍ୟରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ଲଢେଇ । ଆଇପିଏଲ ପ୍ରଦର୍ଶନକୁ ନଜର ରଖି ଏକ ସନ୍ତୁଳିତ ଦଳ ଘୋଷଣା କରିଛି ଚୟନକର୍ତା ଟିମ୍ ।

ଟି-୨୦ ବିଶ୍ୱକପ, କାହାକୁ ମିଳିଲା ସୁଯୋଗ: ରୋହିତ ଶର୍ମା(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା(ଉପ-ଅଧିନାୟକ), ବିରାଟ କୋହଲି, ଯଶସ୍ୱୀ ଜୟସ୍ୱାଲ, ସୂର୍ୟ୍ୟକୁମାର ଯାଦବ, ଋଷଭ ପନ୍ଥ, ସଞ୍ଜୁ ସାମସନ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ

ରିଜର୍ଭ ଖେଳାଳି: ଶୁଭମନ୍ ଗିଲ୍, ଅଭେଶ ଖାଁ, ରିଙ୍କୁ ସିଂ, ଖଲିଲ୍ ଅହମ୍ମଦ