କାକଟପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବିଶ୍ୱଭୂଷଣ ଦାସଙ୍କୁ ଯୋଦ୍ଧା ଘୋଷଣା କଲା ହାତ ଦଳ ।

250

କନକ ବ୍ୟୁରୋ: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଯୁବ ନେତା ବିଶ୍ୱଭୂଷଣ ଦାସଙ୍କୁ ଦଳ କାକଟପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ତେବେ ଏଥର କାକଟପୁରରେ ଲଢେଇ ରୋଚକ ହେବାକୁ ଯାଉଛି । ଯେଉଁଠି ବିଜେଡି ଏବଂ ବିଜେପି ନେତାଙ୍କୁ ଟକ୍କର ଦେବେ କଂଗ୍ରେସର ବିଶ୍ୱଭୂଷଣ । ତେବେ ବିଶ୍ୱଭୂଷଣ ଦାସ ୨୦୧୯ରେ ମଧ୍ୟ ଏହି ଆସନରୁ ପ୍ରାର୍ଥୀ ହେଇଥିଲେ । ଆଉ ଗତଥରର ନିର୍ବାଚନରେ ସେ ୩୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ । ହେଲେ ୨୦୧୯ରେ ଏହି ଆସନରୁ ବିଜୟୀ ହେଇଥିଲେ ତୁଷାରକାନ୍ତୀ ବେହେରା । ଚଳିତ ଥର ୨୦୨୪ରେ ବିଜେଡି ପୁଣିଥରେ ତୁଷାରକାନ୍ତିଙ୍କୁ ପ୍ରାର୍ଥୀ କରିଥିବାବେଳେ, ବିଜେପି ଏଠାରେ କିନ୍ତୁ ପ୍ରାର୍ଥୀ ପରିବର୍ତ୍ତନ କରିଛି । ରବି ମଲ୍ଲିକଙ୍କ ବଦଳରେ ଏଥର କାକଟପୁରରୁ ପ୍ରାର୍ଥୀ ହେଇଛନ୍ତି ବାଇଧର ମଲ୍ଲିକ । ତେଣୁ ଏଠାରେ ବିଜେଡି-ବିଜେପି ଏବଂ କଂଗ୍ରେସ ଭିତରେ କଡା ଟକ୍କର ଦେଖିବାକୁ ମିଳିପାରେ ।