Daily Archives

August 1, 2022

ପୋଡମପେଟାରେ ସମୁଦ୍ର ଆଁରେ ଗାଁ। ଖବର ପ୍ରସାରଣ ପରେ ପହଁଚିଲା ଗଞ୍ଜାମ ପ୍ରଶାସନ।

କନକ ବ୍ୟୁରୋ: ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଥିବା ପୋଡମପେଟା ଗାଁରେ ପହଞ୍ଚିଛନ୍ତି ଗଞ୍ଜାମ ତହସିଲଦାର । ଗାଁ ଆଡକୁ ସମୁଦ୍ର ମାଡି ମାଡି ଆସୁଥିବା ଖବର ପ୍ରସାରଣ ପରେ ତହସିଲଦାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସମୁଦ୍ରକୂଳ ଅଞ୍ଚଳ ବୁଲି ଦେଖିଛନ୍ତି । ସ୍ଥିତି ଅନୁଧ୍ୟାନ ପରେ…

ଲୁଚିଗଲା ମୌସୁମୀ, ଶ୍ରାବଣରେ ବି ବର୍ଷାକୁ ଅପେକ୍ଷା। ଗତ ୨ ମାସ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ୍ ଠାରୁ କମ୍ ବର୍ଷା।

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଶ୍ରାବଣରେ ଫାଟି ଆଁ କରିଛି ଭୂଇଁ । ବର୍ଷା ଅଭାବରୁ ଗଜା ମରୁଡି ଆଶଙ୍କା କରି ମୋଟର ସହାୟତାରେ ବିଲକୁ ପାଣି ମଡାଯାଉଛି । ଏହିଭଳି ପାଣି ମଡାଇବା ସହ ଧାନ ରୁଆ ଆରମ୍ଭ କରିଛନ୍ତି ଚାଷୀ । ମାଲକାନଗିରି ଜିଲ୍ଲା ଏମଭି ୪୩ ଓ ଏମଭି ୮ ଅଞ୍ଚଳରେ ମୋଟରପମ୍ପ ଯୋଗେ…

ବିଧାନସଭାରେ ଚିଟଫଣ୍ଡ ତାତି, ହଙ୍ଗାମା କଲେ ବିରୋଧୀ ବିଜେପି ସଦସ୍ୟ। ପ୍ରେସମିଟ କରି ସ୍ପଷ୍ଟୀକରଣ ରଖିଲେ ପ୍ରଭାତ…

କନକ ବ୍ୟୁରୋ: ବିଧାନସଭାରେ ଚିଟଫଣ୍ଡ ତାତି । ବିଧାନସଭା ପ୍ରଶ୍ନକାଳରେ ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଛନ୍ତିା । କଂଗ୍ରେସ ଚାଷୀ ପ୍ରସଙ୍ଗ ଉଠାଇଥିବାବେଳେ ବିଜେପି ଚିଟପଣ୍ଡ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ । ବିଜେପି…

ପୁରୀ ଗୋପ ବ୍ଳକରୁ ବାହାରିବ ପେଟ୍ରୋଲ! ଆଉ ଏକ ପାଦ ଆଗେଇଲା ଅଏଲ ଇଣ୍ଡିଆ। 

କନକ ବ୍ୟୁରୋ: ଦୁଇ ବର୍ଷ ତଳେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ସେସ୍ମିକ୍ ସର୍ଭେ କରିଥିଲା ଅଏଲ ଇଣ୍ଡିଆ । ଏବେ ଆଉ ପାଦେ ଆଗେଇଛି ଏହି ପ୍ରୋଜେକ୍ଟ । ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ ଆରମ୍ଭ ହୋଇଛି ଜମି ଲିଜ୍ ନେବା ପ୍ରକ୍ରିୟା ।ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର,…

ଏନଟିଆରଙ୍କ ସାନଝିଅ ଉମା ମାହେଶ୍ୱରୀ କଲେ ଆତ୍ମହତ୍ୟା: ନିଜ ରୋଗ ଯୋଗୁଁ ଥିଲେ ଚିନ୍ତାଗ୍ରସ୍ତ

କନକ ବ୍ୟୁରୋ: ତେଲୁଗୁ ଦେଶମପାର୍ଟିର ପ୍ରତିଷ୍ଠାତା ନନ୍ଦମୁରୀ ତାରକ ରାମାରାଓ (ଏନଟିଆର)ଙ୍କ ସବା ସାନ ଝିଅ ଉମା ମାହେଶ୍ୱରୀ ଆତ୍ମହତ୍ୟା କରିଦେଇଛନ୍ତି । ହାଇଦ୍ରାବାଦର ଜୁବଲୀ ହିଲ୍ସ ନିଜ ଘରେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଉମା ମାହେଶ୍ୱରୀ ଆନ୍ଧ୍ରପ୍ରଦେଶର ପୂର୍ବତନ…

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ। କମିଟି ଗଠନ କଲେ ବାଚସ୍ପତି ବିକ୍ରମକେଶରୀ ଆରୁଖ। 

କନକ ବ୍ୟୁରୋ: ବିଧାୟକଙ୍କ ଦରମା ବୃଦ୍ଧି ନେଇ କମିଟି ଗଠନ । ଏନେଇ ଏକ କମିଟି ଗଠନ କରିଛନ୍ତି ବାଚସ୍ପତି ବିକ୍ରମକେଶରୀ ଆରୁଖ । କମିଟିରେ କଂଗ୍ରେସ ଓ ବିଜେପି ସଦସ୍ୟ ରହିଛନ୍ତି । ଦରମା ଓ ଭତ୍ତା ବୃଦ୍ଧି ନେଇ ଅନୁଧ୍ୟାନ କରି ଏହି କମିଟି ରିପୋର୍ଟ ଦେବ ।