ଏନଟିଆରଙ୍କ ସାନଝିଅ ଉମା ମାହେଶ୍ୱରୀ କଲେ ଆତ୍ମହତ୍ୟା: ନିଜ ରୋଗ ଯୋଗୁଁ ଥିଲେ ଚିନ୍ତାଗ୍ରସ୍ତ

186

କନକ ବ୍ୟୁରୋ: ତେଲୁଗୁ ଦେଶମପାର୍ଟିର ପ୍ରତିଷ୍ଠାତା ନନ୍ଦମୁରୀ ତାରକ ରାମାରାଓ (ଏନଟିଆର)ଙ୍କ ସବା ସାନ ଝିଅ ଉମା ମାହେଶ୍ୱରୀ ଆତ୍ମହତ୍ୟା କରିଦେଇଛନ୍ତି । ହାଇଦ୍ରାବାଦର ଜୁବଲୀ ହିଲ୍ସ ନିଜ ଘରେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଉମା ମାହେଶ୍ୱରୀ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡୁଙ୍କ ଭାଉଜ ମଧ୍ୟ ଥିଲେ । ପୋଲିସର ସୂଚନା ଅନୁସାରେ ରାତି ପାଖାପାଖି ୧୨ଟା ହେବ ପରିବାରର ସଦସ୍ୟ ତାଙ୍କର ଝୁଲନ୍ତା ମୃତଦେହ ପାଇଥିଲେ । ପ୍ରାଥମିକ ତଦନ୍ତ ଅନୁସାରେ ତାଙ୍କ ଖରାପ ସ୍ୱାସ୍ଥ୍ୟ ଯୋଗୁଁ ସେ ସବୁବେଳେ ଚିନ୍ତାଗ୍ରସ୍ତ ରହୁଥିଲେ ।