Daily Archives

May 11, 2021

ରାଜ୍ୟରେ ସଂକ୍ରମଣ ବଢୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ୧୬ ଜିଲ୍ଲାରେ ନିର୍ମାଣ ହେବ ଆରଟିପିସିଆର୍ ଟେଷ୍ଟିଂ…

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ୧୬ ଜିଲ୍ଲାରେ ନିର୍ମାଣ ହେବ ଆରଟିପିସିଆର୍ ଟେଷ୍ଟିଂ ସେଂଟର । ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଜି ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କୋଭିଡ଼ ଲଢ଼େଇରେ ରୋଗୀର  ଶୀଘ୍ର ପରୀକ୍ଷା ସଂକ୍ରମଣକୁ…

କରୋନାରେ ଆଖିବୁଜିଲେ ମହିଳା ସାମ୍ବାଦିକା ସବନମ ସିରିନ । ମହାମାରୀ ଲଢେଇରେ ହାରିଗଲେ ସବନମ… ଜଣେ ପରେ ଜଣେ…

କନକ ବ୍ୟୁରୋ: କରୋନାରେ ଶିକାର ହେଲେ ପୁଣି ଜଣେ ସାମ୍ବାଦିକ । ଆଉ ନାହାନ୍ତି ଜଣାଶୁଣା ସାମ୍ବାଦିକା ସବନମ ସିରିନ । କରୋନାରେ ଆଖିବୁଜିଲେ ସବନମ । ଗତକିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ସଙ୍ଗରୋଧରେ ଥିଲେ । ମାତ୍ର ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି…

ମୁମ୍ବାଇରେ କମୁଛି କରୋନାର ଦୈନିକ ସଂକ୍ରମଣ । ସୂଚନା ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ 

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରୀ ଭିତରେ ମୁମ୍ବାଇରେ ଦୈନିକ ସଂକ୍ରମଣ କମ ହୋଇଛି । ଯାହାକି ଏକ ଆଶ୍ୱସ୍ତିକର ଖବର । ଶନିବାର ୨,୬୭୮, ରବିବାବର ୨,୪୦୩ ଓ ସୋମବାର ୧,୭୯୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ମୁମ୍ବାଇରେ କରୋନା ଆକ୍ରାନ୍ତ କମ ହେବା ନେଇ ସୂଚନା ଦେଇଛି କେନ୍ଦ୍ର…

ପୋଲିସ ଓ ତହସିଲଦାରଙ୍କ ମିଳିତ ଚଢାଉ, ସିଲ୍ ହେଲା ବିଶ୍ୱାସ କ୍ଲିନିକ ।

କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ମୁଖ୍ୟ ବଜାରରେ ଥିବା ବିଶ୍ୱାସ ନାମକ ଏକ କ୍ଲିନିକକୁ ସିଲ୍ କରିଛି ପ୍ରଶାସନ। ନିଜକୁ ଡାକ୍ତର ପରିଚୟ ଦେଉଥିବା ଜଣେ ଵ୍ୟକ୍ତି କଲିକତାରୁ ଆସି ଏଠି କ୍ଲିନିକ ଖୋଲି ଦୀର୍ଘ ୩୦ ବର୍ଷ ଧରି ଚିକିତ୍ସା ଜାରି ରଖିଥିଲେ। କରୋନା ସମୟରେ ମଧ୍ୟ ସେ ଲୋକଙ୍କୁ…

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ବଢୁଛି ସଂକ୍ରମଣ । ସତର୍କ କଲେ ସ୍ୱାସ୍ଥ୍ୟ ସଚିବ । 

କନକ ବ୍ୟୁରୋ : ଦେଶରେ ଗତ ଦୁଇ ଦିନ ହେଲା ସଂକ୍ରମଣ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି କିନ୍ତୁ ଏହା ଏକ ପ୍ରାରମ୍ଭିକ ଟ୍ରେଣ୍ଡ୍ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି । ଦେଶର ୧୩ଟି ରାଜ୍ୟରେ ଏବେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା, ୬ଟି ରାଜ୍ୟରେ ୫୦…

ଲକଡାଉନ ସଫଳ ହୋଇଛି, ଦିଲ୍ଲୀରେ ସଂକ୍ରମଣ କମୁଛି । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

କନକ ବ୍ୟୁରୋ :  ଦିଲ୍ଲୀରେ ସଫଳ ହୋଇଛି ଲକଡାଉନ । ଦିନକୁ ଦିନ କମୁଛି ସଂକ୍ରମଣ । ଆଜି ଏ ବାବଦରେ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀରେ ସଂକ୍ରମଣ ବଢିବା ସହ ଅମ୍ଳଜାନର ଅଭାବ ଦେଖାଦେବା ପରେ ଦିଲ୍ଲୀ ସରକାର ଲକଡାଉନ ଘୋଷଣା କରିଥିଲେ, ଯାହା ଏବେ ସଫଳ ହୋଇଥିବା କହିଛନ୍ତି…