ରାଜ୍ୟରେ ସଂକ୍ରମଣ ବଢୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ୧୬ ଜିଲ୍ଲାରେ ନିର୍ମାଣ ହେବ ଆରଟିପିସିଆର୍ ଟେଷ୍ଟିଂ ସେଂଟର । ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।

2,844

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ୧୬ ଜିଲ୍ଲାରେ ନିର୍ମାଣ ହେବ ଆରଟିପିସିଆର୍ ଟେଷ୍ଟିଂ ସେଂଟର । ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଜି ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କୋଭିଡ଼ ଲଢ଼େଇରେ ରୋଗୀର  ଶୀଘ୍ର ପରୀକ୍ଷା ସଂକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ବହନ  କରେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଷୋହଳଟି ଜିଲ୍ଲା  ଯଥା ଭଦ୍ରକ, ବୌଦ୍ଧ ,ଢେ଼ଙ୍କାନାଳ, ଗଜପତି ,ଖୋର୍ଦ୍ଧା, ଜଗତସିଂହପୁର ,ଯାଜପୁର, କେନ୍ଦ୍ରାପଡା ,ନବରଙ୍ଗପୁର, ମାଲକାନଗିରି ,ନୂଆପଡା, ସୋନପୁର ,କନ୍ଧମାଳ ସୁନ୍ଦରଗଡ, ରାୟଗଡ଼ା ଓ ବରଗଡର ସଦର ମହକୁମାରେ ଗୋଟିଏ ଗୋଟିଏ ଆରଟିପିସିଆର୍ ଟେଷ୍ଟ ସେଂଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟେଷ୍ଟିଂ ସେଂଟର ଗୁଡିକ ସବୁଦିନ ଲୋକଙ୍କୁ ସେବା ଯୋଗାଇ ଦେବ । ଏଥିନିମନ୍ତେ ପ୍ରତି ଜିଲ୍ଲାରେ ଜଣେ ଲେଖାଏ ମାଇକ୍ରୋ ବାୟୋଲୋଜିଷ୍ଟ  ଓ ତିନି ଜଣ ଲ୍ୟାବ ଟେକ୍ନସିଆନଙ୍କୁ ନିୟୋଜିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।