ବଢ଼ିଲା ପ୍ରଜ୍ୱଳ ରେଭାନ୍ନାଙ୍କ ଅଡୁଆ । ଦୁର୍ଷ୍କମର ସହ ଅପହରଣର ନୂଆ ଅଭିଯୋଗ ସହ ମାମଲା ରୁଜୁ ।

357

କନକ ବ୍ୟୁରୋ: ବଢ଼ୁଛି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ମୁଖ୍ୟ ଏଚଡି ଦେବେଗୌଡାଙ୍କ ନାତି ପ୍ରଜ୍ୱଳ ରେଭାନ୍ନାଙ୍କ ସମସ୍ୟା । ଭିଡିଓ ସ୍କାଣ୍ଡାଲ ମାମଲାରେ ଦୁର୍ଷ୍କମ ଅଭିଯୋଗର ମାମଲା ରୁଜୁ କରିଛି ଏସଆଇଟି । ଏଥିସହ ପ୍ରଜ୍ୱଳ ଓ ପୂର୍ବତନ ମନ୍ତ୍ରୀ ଏଚଡି ରେଭାନ୍ନାଙ୍କ ନାଁରେ ଅପହରଣ ମାମଲା ମଧ୍ୟ ରୁଜୁ ହୋଇଛି । ଜଣେ ପୀଡିତାଙ୍କ ସର୍ମ୍ପକୀୟ ଥାନାରେ ପହଁଚି ଉଭୟଙ୍କ ନାଁରେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଆଇପିସି ଧାରା ୩୭୬ରେ ମାମଲା ରୁଜ କରିଛି କର୍ଣ୍ଣାଟକ ପୁଲିସର ଏସଆଇଟି ଟିମ । ଏଥିସହ ୩୫୪, ୩୭୬, ୫୦୬, ୩୫୪ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି । ମାମଲର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ ସହ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।