କନକ ବ୍ୟୁରୋ : ଦେଶରେ ଗତ ଦୁଇ ଦିନ ହେଲା ସଂକ୍ରମଣ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି କିନ୍ତୁ ଏହା ଏକ ପ୍ରାରମ୍ଭିକ ଟ୍ରେଣ୍ଡ୍ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି । ଦେଶର ୧୩ଟି ରାଜ୍ୟରେ ଏବେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା, ୬ଟି ରାଜ୍ୟରେ ୫୦ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ସକ୍ରିୟ ମାମଲା ଓ ୧୭ଟି ରାଜ୍ୟରେ ୫୦ ହଜାରରୁ କମ ସକ୍ରିୟ ମାମଲା ରହିଛି ବୋଲି ସେ କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଦୈନିକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯ଼େ ଦେଶରେ କେତେକ ରାଜ୍ୟ ଯ଼େପରିକି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ,ଝାରଖଣ୍ଡ, ତେଲେଙ୍ଗାନା ତଥା ଲାକ୍ଷାଦ୍ୱୀପ, ଆଣ୍ଡାମାନ ଓ ନିକୋବର, ଲଦାଖ ପରି କେନ୍ଦ୍ର ଶାସିତ ଅଞ୍ଚଳରେ ସଂକ୍ରମଣ ମାମଲା ହ୍ରାସ ପାଉଥିବା ଲକ୍ଷ୍ୟ କରାଯ଼ାଉଛି । ସେହିପରି କର୍ଣ୍ଣାଟକ,କେରଳ, ତାମିଲନାଡ଼ୁ, ଓଡ଼ିଶା, ପଞ୍ଜାବ, ଆସାମ, ଜମ୍ମୁ ଓ କଶ୍ମୀର, ହିମାଚଳ ପ୍ରଦେଶ, ନାଗାଲାଣ୍ଡ, ତ୍ରିପୁରା ଆଦି ରାଜ୍ୟରେ ସଂକ୍ରମଣ ବଢୁଥିବା ଦେଖାଯ଼ାଇଛି । ଅନ୍ୟପକ୍ଷରେ ଦେଶରେ ଏବେସୁଦ୍ଧା ପ୍ରାଯ ୧୭ କୋଟି ୫୦ ଲକ୍ଷ ଲୋକଙ୍କୁ ଟିକା ଦିଆଯ଼ାଇଛି ବୋଲି ସେ ସୂଚନା ଦେଇଛନ୍ତି ।