କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରୀ ଭିତରେ ମୁମ୍ବାଇରେ ଦୈନିକ ସଂକ୍ରମଣ କମ ହୋଇଛି । ଯାହାକି ଏକ ଆଶ୍ୱସ୍ତିକର ଖବର । ଶନିବାର ୨,୬୭୮, ରବିବାବର ୨,୪୦୩ ଓ ସୋମବାର ୧,୭୯୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ମୁମ୍ବାଇରେ କରୋନା ଆକ୍ରାନ୍ତ କମ ହେବା ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

Advertisment

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ମୁମ୍ବାଇ ଏକ ବଡ ସହର । ସେଠାରେ ସଂକ୍ରମଣ ରୋକିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା । ୨୪ଟି ୱାର୍ଡରେ ୨୪ଟା କଣ୍ଟ୍ରୋଲ ରୁମ ତିଆରି କରାଯାଇଥିଲା । ସବୁ କଣ୍ଟୋଲ ରୁମରେ ଡାକ୍ତର, ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇ ରହିଥିଲେ ।

ଲକଡାଉନ ଓ ନାଇଟ କର୍ଫ୍ୟୁ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ତେବେ ସଂକ୍ରମଣ କମିଥିଲେ ମଧ୍ୟ ଆହୁରି ସତର୍କକତା ଅବଲମ୍ବନ କରିବାକୁ ହେବ । ମହାରାଷ୍ଟ୍ର ସମେତ ଉତ୍ତରପ୍ରଦେଶ, ହରିୟାଣା, ବିହାର, ଦିଲ୍ଲୀ ଓ ଛତିଶଗଡରେ କରୋନା ସଂକ୍ରମଣ କମିବାରେ ଦେଖିବାକୁ ମିଳିଛି ।