Browsing Category

ନ୍ୟୁଜ୍

ଉତ୍ତରାଖଣ୍ତ ହିମସ୍ଖଳନରେ ଓଡ଼ିଆ ଯୁବକ ନିଖୋଜ : ନିଖୋଜ ଯୁବକ ଭଦ୍ରକ ଜିଲ୍ଲାର; ରବି ଦାସଙ୍କ ପୁଅ ନାଗାର୍ଜୁନ ଦାସ

କନକ ବ୍ୟୁରୋ : ଉତ୍ତରାଖଣ୍ଡ ହିମସ୍ଖଳନରେ ଭଦ୍ରକ ଜିଲ୍ଲା ଧାମରା ଅଂଚଳର ଜଣେ ଯୁବକ ନିଖୋଜ ହୋଇଛନ୍ତି । ବାଂଶଡା ଥାନା ଯଶିପୁର ପଂଚାୟତ କୁଦରକାନ୍ଥି ଗାଁର ରବି ଦାସଙ୍କ ପୁଅ ନାଗାର୍ଜୁନ ଦାସଙ୍କ ପତା ମିଳୁନି । ଉତ୍ତରାଖଣ୍ଡ ଋଷିଗଙ୍ଗା ଶକ୍ତି ପ୍ରକଳ୍ପ ଅନ୍ତର୍ଗତ ତପୋବନର ରେଣୀ ବ୍ୟାରେଜରେ…
Read More...

ସ୍କୁଟି ଚାଳକଙ୍କୁ ୨୬ହଜାର ଫାଇନ୍ : ନାବାଳକଙ୍କୁ ବାଇକ୍ ଚଳାଇବା ଉପରେ କଟକଣା ରହିଥିବାରୁ କଟିଲା ଚାଲାଣ

କନକ ବ୍ୟୁରୋ : ସ୍କୁଟି ଚଳାଉଥିବା ନାବାଳକଙ୍କ ଉପରେ ମୋଟର ଆଇନ ଉଲଂଘନ ଅଭିଯୋଗରେ ୨୬ ହଜାର ଟଙ୍କା ଜରିମାନା ଚାଲଣ କଟାଯାଇଛି । ସମ୍ବଲପୁର ଜିଲ୍ଲା ସମଲେଶ୍ୱରୀ ମନ୍ଦିର ଛକଠାରେ ଜଣେ ନାବାଳକ ସ୍କୁଟି ଚଳାଇ ଯାଉଥିବା ବେଳେ ଏମଭିଆଇ ଚେକିଂରେ ଧରାପଡିଛନ୍ତି । ଦୁଇ ଜଣ ନାବାଳକ ସ୍କୁଟି ନେଇ…
Read More...

ଯାଜପୁର ପୋଲିସକୁ ବଡ ସଫଳତା : ୫ଲୁଟେରାଙ୍କୁ ଗିରଫ କଲା ପୋଲିସ; ବିପୁଳ ପରିମାଣର ଲୁଟ ସାମଗ୍ରୀ ଜବତ

କନକ ବ୍ୟୁରୋ : ଯାଜପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ୧୧ଟି ମୋବାଇଲ ଫୋନ, ୨ଟି ଲାପଟପ୍, ୩ଟି ଏଲଇଡି…
Read More...

ରାଜ୍ୟରେ ପୁଣି ବଢିଲା ବସ୍ ଭଡା : ସାଧାରଣ ବସ୍‌ ଭଡ଼ା‌ କିଲୋମିଟର ପିଛା ୮୦ ପଇସାକୁ ବୃଦ୍ଧି

କନକ ବ୍ୟୁରୋ : ରାଜ୍ୟରେ ବସ୍‌ ଭଡ଼ା ପୁଣି ବୃଦ୍ଧି ପାଇଛି । ସାଧାରଣ ବସ୍‌ ଭଡ଼ା‌ କିଲୋମିଟର ପିଛା ୭୪ ପଇସା ଥିଲା ବେଳେ ଏବେ ତାହା ବୃଦ୍ଧି ପାଇ ୮୦ ପଇସା ହୋଇଛି । ସେହିପରି ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୭୭ରୁ ୮୪ ପଇସା, ଡିଲକ୍ସ ବସ୍‌ ଭଡ଼ା ୧ ଟଙ୍କା ୯ ପଇସାରୁ ୧ ଟଙ୍କା ୧୧ ପଇସା, ଏସି ଡିଲକ୍ସ…
Read More...

ଆଜି ମନ୍ତ୍ରୀପରିଷଦ ବୈଠକରେ ଚିଠା ବଜେଟ‌କୁ ମିଳିବ ଅନୁମୋଦନ : ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

କନକ ବ୍ୟୁରୋ : ଆଜି ମନ୍ତ୍ରୀପରିଷଦ ବୈଠକରେ ଚିଠା ବଜେଟ୍କୁ ମିଳିବ ଅନୁମୋଦନ । ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୨୧-୨୨ ଚିଠା ବଜେଟ୍କୁ ଅନୁମୋଦନ ମିଳିବ । ଅପରାହ୍ନ ସାଢ଼େ ୫ଟାରେ ଲୋକସଭା ଭବନରେ ମନ୍ତ୍ରୀ ପରିଷଦ ବୈଠକ…
Read More...

ପଦାକୁ ଆସିଲା ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଚାଲ : ସୀମାରେ ଭାରତ ଚୀନ ମୁହାଁମୁହିଁ ହେଉଥିବାବେଳେ ଜିଙ୍ଗପିଙ୍ଗଙ୍କ…

କନକ ବ୍ୟୁରୋ : ପଦାକୁ ଆସିଲା ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଚାଲ । ଜୁନ ୨୦୨୦ ରୁ ଭାରତ-ଚୀନ ମଧ୍ୟରେ ଲାଇନ ଅଫ ଆକଚୁଆଲ କଂଟ୍ରୋଲ ବା ଏଲଏସିରେ ଲାଗି ରହିଥିବା ବିବାଦରେ ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ । ଲାଗି ରହିଥିବା ବିବାଦର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ୯ମ ଥର…
Read More...

ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ : ଶାନ୍ତି, ସୁରକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ଉଭୟ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି ଏ ବାବଦରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ବାଇଡେନ୍‌ଙ୍କ ସହ କଥାବାର୍ତ୍ତା କରିଛନ୍ତି ଏବଂ ତାଙ୍କୁ…
Read More...

ରାଜ୍ୟରେ ଆହୁରି ବଢ଼ିବ ଶୀତ : ୮ ଜିଲ୍ଳାରେ ପ୍ରବାହିତ ହେବ ଶୀତ ଲହରି; ଜାରି ହେଲା ୟେଲୋ ୱାର୍ଣ୍ଣିଂ, ଶିଶୁ, ବୃଦ୍ଧଙ୍କୁ…

କନକ ବ୍ୟୁରୋ : ଜାନୁଆରୀ ମାସରେ ଶୀତ ରାଜ୍ୟବାସୀଙ୍କ ସହ ଲୁଚକାଳି ଖେଳିଥିଲା । କିନ୍ତୁ, ଫେବ୍ରୁଆରୀ ମାସ ଆରମ୍ଭରୁ ରାଜ୍ୟ ମଧ୍ୟକୁ ଶୀତ ଲହରି ପ୍ରବାହିତ ହେବା ସହ ତମାମ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଉତ୍ତର, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକଠାରୁ ଆରମ୍ଭ କରି ପଶ୍ଚିମ ଓ ଉପକୂଳ…
Read More...

ଜିଏସଟିରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ । ଫେବୃଆରୀ ୨୬ରେ ଭାରତ ବାଣିଜ୍ୟିକ ବନ୍ଦ ଘୋଷଣା ।

କନକ ବ୍ୟୁରୋ : ସର୍ବଭାରତୀୟ ବ୍ୟବସାୟ ସଂଘଠନ ଜିଏସଟିରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ କରି ଫେବ୍ରୁଆରି ୨୬ରେ ଭାରତ ବାଣିଜ୍ୟ ବନ୍ଦ ଘୋଷଣା କରିଛି । ଏହି ବନ୍ଦକୁ ସମର୍ଥନ କରି ପରିବହନ କ୍ଷେତ୍ରର ସର୍ବବୃହତ ସଂଗଠନ ଅଲ ଇଣ୍ଡିଆ ପରିବହନ କଲ୍ୟାଣ ସଂଘ ଫେବ୍ରୁଆରି ୨୬ରେ ସାରା ଦେଶରେ ଚକାଜାମ…
Read More...

ରୋଷେଇ ଘରେ ମହଙ୍ଗା ମାଡ । ତିନି ମାସ ଭିତରେ ରୋଷେଇ ଗ୍ୟାସ ଦର ୧୨୫ଟଙ୍କା ବଢ଼ିଲାଣି ।

କନକ ବ୍ୟୁରୋ : ଲୋକଙ୍କ ରୋଷେଇ ଘର ଉପରେ ବଢ଼ି ଚାଲିଛି ମହଙ୍ଗା ମାଡ଼ । ତିନି ମାସ ଭିତରେ ରୋଷେଇ ଗ୍ୟାସ ଦର ୧୨୫ଟଙ୍କା ବଢ଼ିଲାଣି । ପେଟ୍ରୋଲ, ଡିଜେଲ ଦରଦାମ ବୃଦ୍ଧି ଭିତରେ ଖାଉଟି ଗ୍ୟାସ ଦର ବୃଦ୍ଧି ସାଧାରଣ ଖାଉଟି ପାଇଁ ବେଡ଼ି ଉପରେ କୋରଡ଼ା ଭଳି ହୋଇଛି । ସାଧାରଣ ଖାଉଟି ଉପରେ ଏହାର କ’ଣ…
Read More...