ଆଜିଠାରୁ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ସର୍ଭେ । ବାଣୀବିହାରଠାରୁ ଶିଶୁଭବନ ଛକ ଯାଏଁ ଚାଲିଛି ସର୍ଭେ ।

142

କନକ ବ୍ୟୁରୋ: ଆଗେଇ ଚାଲିଛି ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାମ । ଆଜି ଠାରୁ ଆରମ୍ଭ ହୋଇଛି ସର୍ଭେ କାମ । ମୋ ସରକାର’ଙ୍କ ଫାଇଭ-ଟି ଅଧିନ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଜରିଆରେ ବାଣୀବିହାରରୁ ଶିଶୁଭୁବନ ଛକ ଯାଏଁ ସର୍ଭେ କରାଯାଉଛି । ବିଏମଆରସିଏଲ୍ ପକ୍ଷରୁ ମିଳିତ ଭାବେ ସର୍ଭେକ୍ଷଣ ଚାଲିଛି । ଖରାକୁ ନଜରରେ ରଖି ସର୍ଭେ କାମ ସକାଳ ୭ଟାରୁ ଆରମ୍ଭ କରି ୧୦ଟା ଭିତରେ ସାରିବାକୁ ଯୋଜନା କରାଯାଇଛି । ମେଟ୍ରୋ ପ୍ରକଳ୍ପ ପାଇଁ ଜନପଥରେ ଥିବା ବିଦ୍ୟୁତ୍ ଖୁଣ୍ଟ, ପାଣି ପାଇପ୍, ଟେଲିଫୋନ୍ ଲାଇନ୍, ଗ୍ୟାସ୍ ପାଇପ୍ ଲାଇନ୍ ହଟାଯିବ । ସେଥିପାଇଁ ଆଜି ଠାରୁ ସର୍ଭେ ଆରମ୍ଭ ହୋଇଛି ।