ଅନୁଭବଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା । ଫେସବୁକରେ ଲେଖିଲେ, ନବୀନଙ୍କ ଆଶୀର୍ବାଦ ଓ ମୋଦୀଙ୍କ ନେତୃତ୍ୱରେ ଓଡିଶାରେ ସରକାର ଗଢିବ ବିଜେପି ।

6,012

କନକ ବ୍ୟୁରୋ: ଚର୍ଚ୍ଚାରେ ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟ । ବିଜେଡି ଛାଡି ବିଜେପି ଯୋଗ ଦେବା ପରେ ଏକ ଅଦ୍ଭୁତ ପୋଷ୍ଟ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅନୁଭବ । ନିଜ ସୋସିଆଲ ମିଡିଆ ପୋଷ୍ଟରେ ଅନୁଭବ ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି । ଏହାସହ କହିଛନ୍ତି, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ମୋଦୀଙ୍କ ନେତୃତ୍ୱରେ ଓଡିଶାରେ ସରକାର ଗଢିବ ବିଜେପି । ବିଜେପିରେ ଯୋଗଦେବା ପରେ ନବୀନଙ୍କ ଆଶୀର୍ବାଦ କଥା କାହିଁକି ଲେଖିଲେ ଅନୁଭବ, ଏହାକୁ ନେଇ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି ।