ଉତ୍ତରାଖଣ୍ତ ହିମସ୍ଖଳନରେ ଓଡ଼ିଆ ଯୁବକ ନିଖୋଜ : ନିଖୋଜ ଯୁବକ ଭଦ୍ରକ ଜିଲ୍ଲାର; ରବି ଦାସଙ୍କ ପୁଅ ନାଗାର୍ଜୁନ ଦାସ

ତପୋବନରେ ରେଣୀ ବ୍ୟାରେଜରେ ଇଲେକ୍ଟ୍ରିସିଆନ୍ ଭାବେ କାମ କରୁଥିଲେ

191

କନକ ବ୍ୟୁରୋ : ଉତ୍ତରାଖଣ୍ଡ ହିମସ୍ଖଳନରେ ଭଦ୍ରକ ଜିଲ୍ଲା ଧାମରା ଅଂଚଳର ଜଣେ ଯୁବକ ନିଖୋଜ ହୋଇଛନ୍ତି । ବାଂଶଡା ଥାନା ଯଶିପୁର ପଂଚାୟତ କୁଦରକାନ୍ଥି ଗାଁର ରବି ଦାସଙ୍କ ପୁଅ ନାଗାର୍ଜୁନ ଦାସଙ୍କ ପତା ମିଳୁନି । ଉତ୍ତରାଖଣ୍ଡ ଋଷିଗଙ୍ଗା ଶକ୍ତି ପ୍ରକଳ୍ପ ଅନ୍ତର୍ଗତ ତପୋବନର ରେଣୀ ବ୍ୟାରେଜରେ ନାଗାର୍ଜୁନ ୨୦୨୦ ନଭେମ୍ବର ୫ ତାରିଖଠାରୁ ଇଲେକ୍ଟ୍ରିସିଆନ୍ ଭାବେ କାମ କରୁଥିଲେ ।

ରବିବାର ହୋଇଥିବା ଭୟଙ୍କର ହିମସ୍ଖଳନରେ ଶତାଧିକ ଶ୍ରମିକ ନିଖୋଜ ହୋଇଯାଇଥିବା ବେଳେ ନାଗାର୍ଜୁନ ମଧ୍ୟ ଭାସି ଯାଇଥିବା ଅନୁମାନ କରାଯାଉଛି । ନାଗାର୍ଜୁନଙ୍କ ସ୍ତ୍ରୀ ଲିପୁସ୍ମିତା ଫୋନରେ ସ୍ୱାମୀଙ୍କ ସହ ଯୋଗାଯୋଗ କରି ନିରାଶ ହେବା ପରେ ତପୋବନର ରେଣୀ ବ୍ୟାରେଜ ପ୍ରକଳ୍ପ ଅଧିକାରୀଙ୍କ ସହ କଥା ହୋଇଥିଲେ । ନନ୍ଦାଦେବୀରେ ହିମସ୍ଖଳନ ଯୋଗୁଁ ଅଳକାନନ୍ଦା ଓ ଧୋଲିଗଙ୍ଗା ନଦୀରେ ଅଚାନକ ବନ୍ୟାପାଣି ମାଡ଼ି ଆସିବାରୁ ବହୁ ଶ୍ରମିକ ନିଖୋଜ ହୋଇଥିବା ବେଳେ ନାଗାର୍ଜୁନଙ୍କର କୌଣସି ପତା ମିଳୁନଥିବା ଅଧିକାରୀ ଜଣଙ୍କ କହିଛନ୍ତି । ଏପଟେ ଗାଁରେ ନାଗାର୍ଜୁନଙ୍କ ପତ୍ନୀ ୨ମାସର ଶିଶୁ ପୁତ୍ର, ବାପା, ମା ନାଗାର୍ଜୁନଙ୍କ ଫେରିବା ବାଟକୁ ଚାହିଁବସିଛନ୍ତି ।