ଯାଜପୁର ପୋଲିସକୁ ବଡ ସଫଳତା : ୫ଲୁଟେରାଙ୍କୁ ଗିରଫ କଲା ପୋଲିସ; ବିପୁଳ ପରିମାଣର ଲୁଟ ସାମଗ୍ରୀ ଜବତ

132

କନକ ବ୍ୟୁରୋ : ଯାଜପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ୧୧ଟି ମୋବାଇଲ ଫୋନ, ୨ଟି ଲାପଟପ୍, ୩ଟି ଏଲଇଡି ଟିଭି, କ୍ୟାମେରା, ଜେରକ୍ସ ମେସିନ୍, ମ୍ୟୁଜିକ୍ ସିଷ୍ଟମ, ଇନଭଟର୍ ମେସିନ୍ ଓ ବ୍ୟାଟେରୀ ଏବଂ ୪ଟ । ପାଣି ପମ୍ପ୍ ଆଦି ସାମଗ୍ରୀ ଜବତ କରାଯାଇଛି ।

କିଛିଦିନ ତଳେ ଫେରୋକ୍ରମ ଗେଟ ଅଂଳଳରେ ଥିବା ଏକ ଶ୍ରମିକ ସଙ୍ଗଠନର କାର୍ଯ୍ୟାଳୟରୁ ଗୋଟିଏ ଇନଭଟର୍ ମେସିନ୍ ଓ ନଗଦ ୩୦ ହଜାର ଟଙ୍କା ଚୋରି ହୋଇଥିବା ଯାଜପୁର ରୋଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ଏହାର ଅନୁସନ୍ଧାନ ଚଳାଇଥିଲା । ତେବେ ସ୍ଥାନୀୟ ସାପଗଡିଆ ଅଂଚଳର ଜଣେ ଯୁବକ ଏହି ଚୋରି ଘଟଣାରେ ସଂପୃକ୍ତ ଥିବା ଜାଣି ପୋଲିସ ତାକୁ ଗିରଫ କରିଥିଲା ।

ପରେ ପଚରାଉଚରା ସମୟରେ ପୋଲିସ ଏହି ଡକାୟତି ଗ୍ୟାଙ୍ଗ ବିଷୟରେ ଜଣାବାକୁ ପାଇଥିଲା । ଗିରଫ ଅଭିଯୁକ୍ତର ବୟାନ କ୍ରମେ ପୋଲିସ ଚଢାଉ କରି ଏହି ଡକାୟତ ଗ୍ୟାଙ୍ଗ କୁ ଠାବ କରିବାରେ ସକ୍ଷମ ହୋଇଛି । ପୋଲିସ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଲୁଟ ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।