ଅମିତ୍ ଶାହାଙ୍କ ଶାଣିତ ଆକ୍ରମଣ ପରେ ପ୍ରତିକ୍ରିୟା ରଖିଲା ବିଜେଡି । ବିଜେଡି କହିଲା, ହତାଶ ବିଜେପି କର୍ମୀଙ୍କୁ ଉତ୍ସାହିତ କରିବାକୁ ଶାହା ଓଡିଶା ଆସିଛନ୍ତି

334

କନକ ବ୍ୟୁରୋ : ଅମିତ ଶାହଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ହତାଶ ବିଜେପି ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଶାହ ଓଡିଶା ଆସିଛନ୍ତି ବୋଲି ଦଳ କହିଛି । ବ୍ରହ୍ମପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର କହିଛନ୍ତି, ରାଜ୍ୟର ଅନେକ ଯୋଜନାର ସଫଳତା ପାଇଁ କେନ୍ଦ୍ର ପୁରଷ୍କୃତ କରିଛି । ବିଏସକେୱାଇ ବନ୍ଦ ପାଇଁ ବିଜେପି ନେତା ଷଡଯନ୍ତ୍ର କରୁଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ସରକାର ଗତ ୨୪ ବର୍ଷରେ ସମଗ୍ର ଦେଶରେ ବିକାଶର ମଡେଲ ପାଲଟିଛି ବୋଲି ଭୃଗୁ ବକ୍ସିପାତ୍ର କହିଛନ୍ତି ।