ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର

2,581

କନକବ୍ୟୁରୋ: ରବିବାର ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଜାରି କରାଯାଇଥିଲା । ଏଥିରେ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ରହିଛନ୍ତି । ଦ୍ୱିତୀୟରେ ଭି.କେ ପାଣ୍ଡିଆନ୍ ରହିଥିବା ବେଳେ ଆଜି ହିଂଜିଳିକାଟୁରେ ନବୀନଙ୍କ ପାଇଁ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି । ମଂଚ ଉପରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ବାବୁସାନ୍ । ଗୀତ ଗାଇ ଭୋଟରଙ୍କୁ ମନାଇବାକୁ ପ୍ରୟାସ କରିଛନ୍ତି ବାବୁସାନ । ଏଥର ନିର୍ବାଚନ ପାଇଁ ଅଭିନେତା ବାବୁସାନ ମହାନ୍ତିଙ୍କୁ ମିଳିଛି ପ୍ରଚାର ଦାୟିତ୍ୱ ।

ଅନୁଭବ, ଅରିନ୍ଦମ, ସିଦ୍ଧାନ୍ତ, ଆକାଶ ବିଜେଡି ଛାଡିବା ପରେ ବାବୁସାନ୍ଙ୍କୁ ମିଳିଛି ଷ୍ଟାର ପ୍ରଚାରକ ଦାୟିତ୍ୱ । ସେହିପରି ଭାବେ ପ୍ରଥମରେ ଅଛନ୍ତି ନବୀନ ପଟ୍ଟନାୟକ, ଦ୍ୱିତୀୟରେ ଅଛନ୍ତି କାର୍ତିକ ପାଣ୍ଡିଆନ , ପ୍ରଣବ ପ୍ରକାଶ ଦାସ ତୃତୀୟ ସ୍ଥାନରେ ଥିବାବେଳେ ଦେବୀ ପ୍ରସାଦ ମିଶ୍ର ଚୁତର୍ଥ ସ୍ଥାନରେ ଅଛନ୍ତି । ସେହିଭଳି ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଚନ୍ଦ୍ରଶେଖର ସାହୁ, ମନ୍ତ୍ରୀ ଅଶୋକ ପଣ୍ଡା, , ସ୍ନେହାଙ୍ଗିନୀ ଛୁରିଆ, ନିରଞ୍ଜନ ପୂଜାରୀ , ପ୍ରତାପ ଜେନା ଓ ଅନ୍ୟ ପ୍ରମୁଖ ନେତାଙ୍କ ନାଁ ରହିଛି ।

ସେହିଭଳି ପ୍ରତାପ ଦେବ, ଅତୁନୁ ସବ୍ୟସାଚୀ ନାୟକ , ଅରୁଣ ସାହୁ, ସଂଜୟ କୁମାର ଦାସବର୍ମା, ପଦ୍ମନାଭ ବେହେରା ଓ ପ୍ରଦୀପ କୁମାର ଅମାତଙ୍କ ନାଁ ରହିଛି । କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ଚିରଞ୍ଜୀବ ବିଶ୍ୱାଳ ବି ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି । ଏହାଛଡା ଅମରେଶ ଜେନା ଓ ଶ୍ରୀମୟୀ ମିଶ୍ର ବି ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି । ଅଭିନେତ୍ରୀ ଏଲିନା ଦାଶ ବି ଏହି ତାଲିକାରେ ଅଛନ୍ତି ।