ଜେଲରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପାଇଁ ହେଲା ସ୍ୱତନ୍ତ୍ର ମେଡିକାଲ ବୋର୍ଡ, ଏମସର ୫ଜଣ ଡାକ୍ତର କରିବେ ସ୍ୱାସ୍ଥ୍ୟ ପରୀକ୍ଷା ।

112

କନକବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜେଲରେ ମାରିଦେବାକୁ ଷଡଯନ୍ତ୍ର ଅଭିଯୋଗ ଆଣିଥିଲେ ଆପ ମନ୍ତ୍ରୀ ଅତିଶି । କହିଥିଲେ ଡାଇବେଟିସ୍ ସତ୍ୱେ ଦିଆଯାଉନାହିଁ ଇନସୁଲିନ ଏହାର ଶୁଣାଣୀ ପରେ କୋର୍ଟ ସ୍ୱାସ୍ଥ୍ୟ ଯାଂଚ ପାଇଁ ଆଦେଶ ଦେଇଥିଲେ ।ଏଥିସହ ଗତକାଲି ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ନିର୍ଦେଶ ଦେଇଛନ୍ତି । ଦିଲ୍ଲୀ ଏମସର ୫ ଜଣିଆ ଡାକ୍ତର ଟିମ ସ୍ୱାସ୍ଥ୍ୟ ଯାଂଚ ପାଇଁ ଟିମ ଗଠନ କରାଯାଇଛି । କୋର୍ଟଙ୍କ ଆଦେଶ ଅନୁଯାୟୀ ତାଙ୍କୁ ଘରୋଇ ଖାଇବା ଦିଆଯାଉଛି ।

କୋର୍ଟଙ୍କ ଆଦେଶ ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟର ଯାଂଚ କରାଯିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଓ ଆପ ନେତାଙ୍କ ଅଭିଯୋଗ ଉପରେ କୋର୍ଟ ଶୁଣାଣି କରିଥିଲେ ।ଅଭିଯୋଗ ଅନୁଯାୟୀ ଗୁରୁବାର କେଜ୍ରିୱାଲଙ୍କ ଖାଦ୍ୟପେୟକୁ ନେଇ ଯେଉଁ ଦାବି କରିଥିଲା ଇଡି ତା ଉପରେ ଶୁକ୍ରବାର ଜବାବ ଦାଖଲ କରିଛନ୍ତି କେଜ୍ରିୱାଲଙ୍କ ଓକିଲ । କେଜ୍ରିୱାଲଙ୍କୁ ମୋଟ ୪୮ ଥର ଖାଦ୍ୟ ଦିଆଯାଇଛି । ୩ଥର ଆମ୍ବ ଓ ୨ଥର ସୁଗରଫ୍ରୀ ମିଠା ଖାଇଥିଲେ ମୁଖ୍ୟମନ୍ତ୍ରୀ ।

ସଠିକ ମାତ୍ରାରେ ଇନସୁଲିନ ନଦିଆଯିବାରୁ କେଜ୍ରିୱାଲଙ୍କ ଡାଏବେଟିସ ବଢ଼ୁଛି ଓ ଏହା ପାଇଁ ତିହାର ଜେଲ କର୍ତୁପକ୍ଷ ଦାୟୀ ବୋଲି ଓକିଲ କହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଜ ସଠିକ ସ୍ୱାସ୍ଥ୍ୟ ଯାଂଚ ପାଇଁ ବ୍ୟକ୍ତିଗତ ଡାକ୍ତରଙ୍କୁ ଚିକିତ୍ସା ଲୋଡିଥିଲେ । ଭର୍ଚୁଆଲ ମାଧ୍ୟମରେ ଡାକ୍ତର ଚିକିତ୍ସା କରନ୍ତୁ ବୋଲି ଏକ ପିଟିସନ ଦାଖଲ ମଧ୍ୟ ହୋଇଥିଲା । ଆବେଦନ ଉପରେ ଶୁଣାଣୀ କରି କୋର୍ଟ ଉଭୟ ଇଡି ଓ କେଜ୍ରିୱାଲଙ୍କୁ ନିଜ ନିଜ ପକ୍ଷ ରଖିବାକୁ କହିଥିଲେ । ନିଜ ପକ୍ଷ ରଖି ଗୁରୁବାର କୋର୍ଟରେ ଇଡି ଦାବି କରିଥିଲା ଯେ ଜାମିନ ପାଇବା ପାଇଁ ଜାଣିଶୁଣି ବାରଣ କରାଯାଇଥିବା ଖାଦ୍ୟ ଖାଉଥିବା ଅଭିିଯୋଗ କରିଥିଲେ ।