ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ : ଶାନ୍ତି, ସୁରକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ଉଭୟ କଲେ ଆଲୋଚନା

ପରିବେଷ ପାଇଁ କାର୍ଯ୍ୟକରିବାକୁ ସହମତି; ଟୁଇଟ୍ କରି ସୂଚନା ଦେଲେ ମୋଦି

109

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି ଏ ବାବଦରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ବାଇଡେନ୍‌ଙ୍କ ସହ କଥାବାର୍ତ୍ତା କରିଛନ୍ତି ଏବଂ ତାଙ୍କୁ ସଫଳତା ପାଇଁ ଶୁଭକାମନା ଜଣାଇଛନ୍ତି ।

କେତେକ ଆଞ୍ଚଳିକ ପ୍ରସଙ୍ଗ ଏବଂ ଭାରତ-ଆମେରିକା ଦ୍ବିପାକ୍ଷିକ  ସଂପର୍କ ଉପରେ ଆଲୋଚନା ହୋଇଥିଲା । ଜଳବାୟୁ ପରିବର୍ତ୍ତନ ବିରୋଧରେ ଉଭୟ ଦେଶ ପରସ୍ପରିକ ସହଯୋଗ ଆଗକୁ ବଢ଼ାଇବାକୁ ମଧ୍ୟ ସହମତି ପ୍ରକାଶ ପାଇଥିଲା ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ।  ରାଷ୍ଟ୍ରପତି ଜୋ ବାଇଡେନ୍‌ ଏକ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ପାଇଁ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ, ଜୋ ବାଇଡେନ ୨୦ ଜାନୁଆରିରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ଏହାପରେ  ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ଏହା ପ୍ରଥମ କଥାବର୍ତ୍ତା ।