ଭୁବନେଶ୍ୱରରେ ଅମିତ ଶାହଙ୍କ ରୁଦ୍ଧଦ୍ୱାରା ବୈଠକ । ନେତା, କର୍ମୀ, ଆଶାୟୀ ଓ ପ୍ରାର୍ଥୀଙ୍କୁ ଦେଲେ ବିଜୟ ମନ୍ତ୍ର  ।

388

କନକ ବ୍ୟୁରୋ: ବିଜେପି କର୍ମୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗୁରୁମନ୍ତ୍ର । ରାଜ୍ୟରେ ସରକାର ଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି ଶାହା । ସୋନପୁର ସଭାରେ ଯୋଗଦେବା ପରେ ରାଜଧାନୀରେ ଗୃହମନ୍ତ୍ରୀ ଅମିତ ଶାହ ନେତା, କର୍ମୀ, ଆଶାୟୀ ଓ ପ୍ରାର୍ଥୀଙ୍କୁ ରୁଦ୍ଧଦ୍ୱାର ବୈଠକରେ ବିଜୟର ମନ୍ତ୍ର ଦେଇଥିଲେ ।  ଏହାଛଡା ଦକ୍ଷିଣ ଓଡିଶା, ଉପକୂଳ ଓଡିଶା ଏବଂ ଉତର ଓଡିଶାର ନେତାଙ୍କ ସହ ଆଲୋଚନା କରିଛନ୍ତି ଶାହ ।

୧୩ଟି ସଂସଦୀୟ କ୍ଷେତ୍ରର ନେତାଙ୍କ ସହ ବୈଠକ ବେଳେ ଦଳ କିଭଳି ରାଜ୍ୟରେ ଭଲ ପ୍ରଦର୍ଶନ କରିବ ଏବଂ ରାଜ୍ୟରେ ସରକାର ଗଢିବ ସେ ଦିଗରେ କାମ କରିବାକୁ ନେତାଙ୍କୁ କହିଛନ୍ତି । ଦେଶରେ କେମିତି ମୋଦୀ ୪୦୦ ପାର୍ ଆସନ ଛୁଇଁବେ ସେ ନେଇ କେନ୍ଦ୍ରୀୟ ନେତୃତ୍ୱ ବିଚାର କରୁଥିବା ବେଳେ ଓଡିଶାରେ କିଭଳି ସରକାର ଗଠନ ହେବ ସେ ନେଇ ଲଢେଇ କରିବାକୁ  ପରାମର୍ଶ ଦେଇଛନ୍ତି ଶାହ । ଏ ଦିଗରେ କେନ୍ଦ୍ର ସମସ୍ତ ପ୍ରକାର ସହଯୋଗ କରିବ ବୋଲି କହିଛନ୍ତି । ବୈଠକ ପରେ ଦିଲ୍ଲୀ ଫେରିଥିଲେ ଅମିତ ଶାହା ।