Browsing Category

ଖବର ୧୦୦ ଶବ୍ଦରେ

ପ୍ରମୋଦ ଭଗତଙ୍କ ନାଁ ଖେଳରତ୍ନ ପାଇଁ ସୁପାରିଶ । କେନ୍ଦ୍ର ସରକାରଙ୍କୁ ସୁପାରିଶ କଲା ଭାରତୀୟ ପାରା ଅଲିମ୍ପିକ୍ସ ସମିତି

କନକ ବ୍ୟୁରୋ: ପ୍ରମୋଦ ଭଗତଙ୍କ ନାଁ ଖେଳରତ୍ନ ପାଇଁ ସୁପାରିଶ କରାଯାଇଛି  । ଭାରତୀୟ ପାରା ଅଲିମ୍ପିକ୍ସ ସମିତି ପ୍ରମୋଦ ଭଗତଙ୍କ ସହ ୪ ଜଣଙ୍କ ନାଁ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପାଇଁ ସୁପାରିଶ କରିଛି । ଏହି ୪ ଜଣଙ୍କ ମଧ୍ୟରୁ ପ୍ରମୋଦ ଓ ମନୀଷ ନରୱାଲ ଟୋକିଓ…
Read More...

ବ୍ୟାଙ୍କ କ୍ଷେତ୍ରରେ ସ୍ଥିରତା ପାଇଁ କେନ୍ଦ୍ରର ନୂଆ ପଦକ୍ଷେପ । ଗଠନ ହେବ ବ୍ୟାଡ ବ୍ୟାଙ୍କ ନାମରେ ସଂସ୍ଥା ।

କନକ ବ୍ୟୁରୋ: ଦେଶର ବ୍ୟାଙ୍କ କ୍ଷେତ୍ରରେ ସ୍ଥିରତା ପାଇଁ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ବ୍ୟାଡ ବ୍ୟାଙ୍କ ପାଇଁ ୩ ହଜାର ୬ ଶହ କୋଟିର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ବ୍ୟାଙ୍କର ନନ୍ ପରଫର୍ମିଂ ଆସେଟ୍ ବା ଏନପିଏକୁ ଏହି ବ୍ୟାଙ୍କ ଅଧୀନକୁ ଅଣାଯିବ । ବିଭିନ୍ନ ସରକାରୀ…
Read More...

ବଢୁଛି ବ୍ରାହ୍ମଣୀ, ବୈତରଣୀ ନଦୀର ଜଳସ୍ତର । ବିପଦ ସଙ୍କେତ ଉପରେ ବୋହୁଛି ବ୍ରାହ୍ମଣୀ ।

କନକ ବ୍ୟୁରୋ: ବଢ଼ୁଛି ବ୍ରାହ୍ମଣୀ ନଦୀର ଜଳସ୍ତର । ଧର୍ମଶାଳା ଜେନାପୁର ନିକଟରେ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି ବ୍ରାହ୍ମ୍ଣୀ ନଦୀର ଜଳ । ଏଠାରେ ବିପଦ ସଙ୍କେତ ୬୭ ଫୁଟ ରହିଥିବାବେଳେ ସନ୍ଧ୍ୟା ୭ଟା ବେଳକୁ ଏଠାରେ ଜଳସ୍ତର ୬୭.୮୦ ଫୁଟରେ ପ୍ରବାହିତ ହେଉଥିଲା । ରାତି ୧୧ଟାରୁ ୧୨ ବେଳକୁ…
Read More...

ଗଞ୍ଜେଇ ଚାଷ ପାଇଁ ଜଙ୍ଗଲ ଭିତରେ ପ୍ରଜାମେଳି । ଗଞ୍ଜେଇ ଚାଷକୁ ଆଇନ ସମ୍ମତ କରିବା ଲାଗି ଦାବି ।

କନକ ବ୍ୟୁରୋ: ଗଞ୍ଜେଇ ପାଇଁ ପ୍ରଜାମେଳି । ମାଲକାନଗିରିର ଦୁର୍ଗମ ନାକାମାମୁଡି ପଞ୍ଚାୟତରେ ପ୍ରଜାମେଳି କରିଛନ୍ତି ଗଞ୍ଜେଇ ଚାଷ କରୁଥିବା ଗ୍ରାମବାସୀ । ଗଞ୍ଜେଇ ଚାଷକୁ ଆଇନ ସମ୍ମତ କରିବା ଲାଗି ଏହି ପ୍ରଜାମେଳିର ଆୟେଜନ କରାଯାଇଛି । ଅବକାରୀ ବିଭାଗ କର୍ମଚାରୀମାନେ ଗାଁ ଗାଁରୁ ଚାନ୍ଦା ଆଦାୟ…
Read More...

ନାବାଳିକା ଛାତ୍ରୀକୁ ଦୁଷ୍କର୍ମ କରି ଭିଡିଓ ଭାଇରାଲ କଲେ ଅଭିଯୁକ୍ତ । ଜଣକୁ ଗିରଫ କଲା ମାହାଙ୍ଗା ପୋଲିସ ।

କନକ ବ୍ୟୁରୋ: ମାହାଙ୍ଗା ଥାନା ଅଞ୍ଚଳରୁ ଏପରି ଏକ ଖବର ଆସିଛି, ଯାହା ଜାଣିଲେ ଆପଣ ବିଚଳିତ ହୋଇପଡିବେ । ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ଏହାର ଭିଡିଓ ରେକର୍ଡିଂ କରିଛି ଜଣେ ଅଭିଯୁକ୍ତ । କେବଳ ସେତିକି ନୁହେଁ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି । ଏ ନେଇ…
Read More...

ବାପାର ଗୁଳିମାଡରେ ପୁଅର ମୃତ୍ୟୁ । ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ପୁଅ ଛାତିକୁ ବାପା ମାରିଲା ୨ ରାଉଣ୍ଡ ଗୁଳି ।

କନକ ବ୍ୟୁରୋ: ବାପାର ଗୁଳିମାଡରେ ପୁଅର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ନିକଟ ବାରଙ୍ଗ ଥାନା ଅଞ୍ଚଳରେ । ବେଣ୍ଟୁଆ ଗାଁର ଯଦୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି, ନିଜ ୧୬ ବର୍ଷର ପୁଅ ଶିବ ମୁଣ୍ଡାଙ୍କ ଉପରେ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି । ମଦପାନ କରି ନିଶାଶକ୍ତ…
Read More...

ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ : ଯୁକ୍ତ୩ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ

କନକ ବ୍ୟୁରୋ : ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି । କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ଏହି ପରୀକ୍ଷାରେ ଛାତ୍ରଛାତ୍ରୀ ଉନ୍ନତ ପ୍ରଦର୍ଶନ କରିଛି । ପ୍ରତିବର୍ଷ ପରି ଏଥର ମଧ୍ୟ ଛାତ୍ରୀମାନେ ଆଗରେ ରହିଛନ୍ତି । କଳା ବିଭାଗରେ ପାସ୍‌ହାର…
Read More...

କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଆନ୍ଦୋଳନ

କନକ ବ୍ୟୁରୋ : କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ବିଧାନସଭା ଘେରାଉ । ଖାଲି ଥିବା ଶିକ୍ଷକ ପଦବୀ ପୁରଣ ପାଇଁ ଦାବି କରିଛି ସଂଘ । ରାଜ୍ୟରେ ଅନେକ ସ୍କୁଲ ଗୁଡ଼ିକରେ ଜୁନିଅର ଟିଚର ପଦବୀ ଖାଲି ପଡ଼ିଛି । ତେଣୁ ଏହି ପଦବୀ ପୁରଣ ପାଇଁ ଦାବି କରିଛି ସଂଘ । ବର୍ଷାରେ ଭିଜି ଆନ୍ଦୋଳନକୁ…
Read More...

ମୂର୍ତ୍ତିର ଉଚ୍ଚତାକୁ ନେଇ ବିରୋଧ । ପ୍ରବଳ ବର୍ଷାରେ ଆଣ୍ଠେଇ କଲେ ପ୍ରତିବାଦ

କନକ ବ୍ୟୁରୋ : ୪ଫୁଟ୍‌ର ମୂର୍ତ୍ତି ଓ ପରଦା ଟାଣି ବିନା ଶ୍ରଦ୍ଧାଳୁରେ ପୂଜା କରାଯିବାକୁ ନେଇ ଦାବି । ରାଜ୍ୟ ସରକାରଙ୍କ କଟକଣା ପ୍ରତିବାଦରେ କଟକ ସହରରେ କିଛିଦିନ ହେଲା ଜୋରଦାର ବିକ୍ଷୋଭ ପ୍ରତିବାଦ ହୋଇଆସୁଛି । ସେହି ନିଷ୍ପତ୍ତିକୁ ବିରୋଧ କରି ଗତକାଲି ସହରବାସୀ ପ୍ରବଳ ବର୍ଷାରେ ଭିଜି,…
Read More...

କଖାରୁ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ, ୨ ଅଭିଯୁକ୍ତ ଅଟକ

କନକ ବ୍ୟୁରୋ : କଖାରୁ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ । କଖାରୁ ବୋଝେଇ ଟ୍ରକ ଉପରେ ଚଢାଉ କରି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ପୁଲିସ ୨୮୧ ପକେଟ ଗଞ୍ଜେଇ ଜବତ କରିଛି, ଯାହାର ପରିମାଣ ୫ କ୍ୱିଂଟାଲ ହେବ । ଏହି ଘଟଣାରେ ପୁଲିସ ୨ ଜଣ…
Read More...