କଲେଜରେ ବ୍ୟାପିଲା କରୋନା । ଢେଙ୍କାନାଳର ଏକ ଘରୋଇ କଲେଜରୁ ୩୩ ଜଣ ଛାତ୍ର ପଜିଟିଭ୍ ।

154

କନକ ବ୍ୟୁରୋ: ଢେଙ୍କାନାଳର ଏକ ଘରୋଇ କଲେଜରେ କରୋନା ବିସ୍ଫୋରଣ । ସାଇକ୍ରୁପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟର ୩୩ ଜଣ ଛାତ୍ର କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାପରେ ସଂପୃକ୍ତ ମହାବିଦ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ମୋଟ୍ ୨୮୦ ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ ୩୩ ଜଣ ଏଯାବତ କରୋନାରେ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ନଥିବା ସୂଚନା ରହିିିଛି ।