ଏସବିଆଇ ଏଟିଏମରୁ ୨୮ ଲକ୍ଷ ଲୁଟ୍ । ଟଙ୍କା ଭର୍ତ୍ତି ବେଳେ ଲୁଟିନେଲେ ଲୁଟେରା ।

248

କନକ ବ୍ୟୁରୋ: ବନ୍ଧୁକ ଦେଖାଇ ଲୁଟିନେଲେ ୨୮ ଲକ୍ଷ । ସିନେମା ଷ୍ଟାଇଲରେ ଟଙ୍କା ନେଇ ଛୁ ମାରିଲେ ଲୁଟେରା । ଏଟିଏମରେ ଟଙ୍କା ଭର୍ତ୍ତି ବେଳେ ନାଟକୀୟ ଲୁଟ୍ । ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମରୁ ୨୮ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତା

ତେବେ ଭଦ୍ରକ ଟାଉନ ଥାନା ନିକଟ ଚରମ୍ପା ଠାରେ ଲୁଟ୍ ହୋଇଥିବା ଅଭିଯୋଗ । ଏଟିଏମରେ ଟଙ୍କା ଭର୍ତ୍ତି ବେଳେ ୬ ଲୁଟେରା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇଥିଲେ । ଏବଂ ଭୟଭୀତ କରାଇ ଟଙ୍କା ନେଇ ଚମ୍ପଟ ମାରିଥିଲେ । ୨ଟି ବାଇକରେ ଆସି ଲୁଟେରା ଲୁଟିନେବା ପରେ ଏଟିଏମରେ ଟଙ୍କା ଲୋଡ କରୁଥିବା କର୍ମଚାରୀଙ୍କୁ ପୋଲିସ ପଚରା ଉଚରା କରୁଥିବା ସୂଚନା ମିଳିଛି ।