ବ୍ୟାଙ୍କ କ୍ଷେତ୍ରରେ ସ୍ଥିରତା ପାଇଁ କେନ୍ଦ୍ରର ନୂଆ ପଦକ୍ଷେପ । ଗଠନ ହେବ ବ୍ୟାଡ ବ୍ୟାଙ୍କ ନାମରେ ସଂସ୍ଥା ।

243

କନକ ବ୍ୟୁରୋ: ଦେଶର ବ୍ୟାଙ୍କ କ୍ଷେତ୍ରରେ ସ୍ଥିରତା ପାଇଁ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ବ୍ୟାଡ ବ୍ୟାଙ୍କ ପାଇଁ ୩ ହଜାର ୬ ଶହ କୋଟିର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ବ୍ୟାଙ୍କର ନନ୍ ପରଫର୍ମିଂ ଆସେଟ୍ ବା ଏନପିଏକୁ ଏହି ବ୍ୟାଙ୍କ ଅଧୀନକୁ ଅଣାଯିବ । ବିଭିନ୍ନ ସରକାରୀ ବ୍ୟାଙ୍କରୁ ଋଣ ନେଇ ଏହାକୁ ପରିଶୋଧ କରାନଯିବା ଓ ସମ୍ପୃକ୍ତ ବ୍ୟକ୍ତି ଦେଶ ଛାଡ଼ି ଚାଲିଯିବା ପରେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ବ୍ୟାଙ୍କ ୠଣ ଦେଇ ସେହି ଅର୍ଥ ଫେରିନପାଇବା ଯୋଗୁଁ ବ୍ୟାଙ୍କର ଆର୍ଥିକ ଅବସ୍ଥା ଖରାପ ହେଉଛି, ଆଉ ଏହା ପରୋକ୍ଷରେ ବ୍ୟାଙ୍କରେ ଅର୍ଥ ଜମା କରୁଥିବା ଲୋକଙ୍କ ଉପରେ ପ୍ରଭାବ ପକାଉଛି । ତେଣୁ ଏପରି ଏକ ବ୍ୟବସ୍ଥା କରାଯିବାକୁ ନେଇ ବହୁଦିନ ହେଲା ଚର୍ଚ୍ଚା ହେଉଥିଲା ।