ଖୋର୍ଦ୍ଧା କଣ୍ଟାଛକରେ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ । ଖବର ପାଇ ଚଢାଉ କଲା ସ୍ପେଶାଲ ସ୍କ୍ୱାର୍ଡ଼

102

କନକ ବ୍ୟୁରୋ: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ କଣ୍ଟାଛକ ନିକଟରେ ବନ୍ଧୁକ ଦେଖାଇ ଲୁଟ୍ ଯୋଜନା ବେଳେ ଲୁଟେରାକୁ କାବୁ କରିଛି ପୋଲିସ । ଖବର ପାଇଁ ସ୍ପେଶାଲ ସ୍କାର୍ଡ ଚଢଉ କରି ୩ କୁଖ୍ୟାତ ଅପରାଧୀକୁ ଗିରଫ କରିଛି ଆଦର୍ଶ ଥାନା ପୋଲିସ । ସେମାନଙ୍କ ନିକଟରୁ ବାଇକ୍, ମାଉଜ ଜବତ କରିଛି ପୋଲିସ । ଏକ ବଡ ଧରଣର ଅପରାଧ ପାଇଁ ଯୋଜନା କରୁଥିବା ବେଳେ ଚଢଉ କରିଥିଲା ଖୋର୍ଦ୍ଧା ପୋଲିସର ସ୍ପେଶାଲ ସ୍କାର୍ଡ ।