ଗଞ୍ଜେଇ ଚାଷ ପାଇଁ ଜଙ୍ଗଲ ଭିତରେ ପ୍ରଜାମେଳି । ଗଞ୍ଜେଇ ଚାଷକୁ ଆଇନ ସମ୍ମତ କରିବା ଲାଗି ଦାବି ।

266

କନକ ବ୍ୟୁରୋ: ଗଞ୍ଜେଇ ପାଇଁ ପ୍ରଜାମେଳି । ମାଲକାନଗିରିର ଦୁର୍ଗମ ନାକାମାମୁଡି ପଞ୍ଚାୟତରେ ପ୍ରଜାମେଳି କରିଛନ୍ତି ଗଞ୍ଜେଇ ଚାଷ କରୁଥିବା ଗ୍ରାମବାସୀ । ଗଞ୍ଜେଇ ଚାଷକୁ ଆଇନ ସମ୍ମତ କରିବା ଲାଗି ଏହି ପ୍ରଜାମେଳିର ଆୟେଜନ କରାଯାଇଛି । ଅବକାରୀ ବିଭାଗ କର୍ମଚାରୀମାନେ ଗାଁ ଗାଁରୁ ଚାନ୍ଦା ଆଦାୟ କରି ଗଞ୍ଜେଇ ଚାଷକୁ ପ୍ରତ୍ସୋହନ ଦେଉଥିବା ବେଳେ ଅନ୍ୟପଟେ ଭାଗ ମାପ ନଛିଣ୍ଡିଲେ ଗରିବ ଚାଷୀଙ୍କୁ ଗିରଫ କରାଯାଉଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ଆଜି ମାଲକାନଗିରି ନାକାମାମୁଡି ପଞ୍ଚାୟତ ଖୋଡିକାଯୋଡି ଗାଁରେ ଗଞ୍ଜେଇ ଚାଷ କରୁଥିବା ଶତାଧିକ ଲୋକେ ଏକାଠି ହୋଇ ଚାଷୀଙ୍କ ଗିରଫଦାରୀକୁ ବିରୋଧ କରିଛନ୍ତି । ଏହାସହ ଗଞ୍ଜେଇ ଚାଷକୁ ଆଇନ ସମ୍ମତ କରିବା ଲାଗି ଦାବି କରିଛନ୍ତି ।