ସୋନପୁର ସଭା ପରେ ଭୁବନେଶ୍ୱର ପହଂଚି ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ବିଜେପି ଚାଣକ୍ୟ । ଓଡିଶାରେ ସରକାର ଗଠନ ଦିଗରେ କାମ କରିବାକୁ ପରାମର୍ଶ

143

କନକ ବ୍ୟୁରୋ : ସୋନପୁର ସଭାରେ ଯୋଗଦେବା ପରେ ରାଜଧାନୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୈଠକ । ଭୁବନେଶ୍ୱରର ଏକ ହୋଟେଲର ଦକ୍ଷିଣ ଓଡିଶା, ଉପକୂଳ ଓଡିଶା ଏବଂ ଉତର ଓଡିଶାର ନେତାଙ୍କ ସହ ଆଲୋଚନା କରିଛନ୍ତି ଶାହ । ୧୩ଟି ସଂସଦୀୟ କ୍ଷେତ୍ରର ନେତାଙ୍କ ସହ ବୈଠକ ବେଳେ ଦଳ କିଭଳି ରାଜ୍ୟରେ ଭଲ ପ୍ରଦର୍ଶନ କରିବ ଏବଂ ରାଜ୍ୟରେ ସରକାର ଗଢିବ ସେ ଦିଗରେ କାମ କରିବାକୁ ନେତାଙ୍କୁ କହିଛନ୍ତି । ଦେଶରେ କେମିତି ମୋଦୀ ୪୦୦ ପାର୍ ଆସନ ଛୁଇଁବେ ସେ ନେଇ କେନ୍ଦ୍ରୀୟ ନେତୃତ୍ୱ ବିଚାର କରୁଥିବା ବେଳେ ଓଡିଶାରେ କିଭଳି ସରକାର ଗଠନ ହେବ ସେ ନେଇ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ଶାହ । ଏ ଦିଗରେ କେନ୍ଦ୍ର ସମସ୍ତ ପ୍ରକାର ସହଯୋଗ କରିବ ବୋଲି କହିଛନ୍ତି ।